ଓଡ଼ିଶାଲାଇଭ ବ୍ୟୁରୋ

୨୫ ବର୍ଷ ଧରି ଭାରତୀୟ ବଜାରରେ ଟାଟା ସୁମୋର ମଜବୁତ ଦବଦବା ରହିଥିଲା। ସହର ବ୍ୟତୀତ ଗାଁ’ମାନଙ୍କରେ ଏହା ଅଧିକ ଲୋକପ୍ରିୟ ଥିଲା। ବର୍ତ୍ତମାନ ଟାଟା ସୁମୋ ବଜାରରୁ ବିଦାୟ ନେଇସାରିଛି। ଏହା ଏବେ ଲୋକଙ୍କ ମନରେ ସ୍ମୃତି ହୋଇ ରହିଯିବ।

ଟାଟା ସୁମୋ ୧୯୯୪ ମସିହାରେ ଭାରତୀୟ ବଜାରକୁ ଆସିଥିଲା। ୨୫ ବର୍ଷର ଲମ୍ଵା ସମୟ ପରେ ୧୦୧୯ ଏପ୍ରିଲ ମାସରେ କମ୍ପାନି ଏହାର ଉତ୍ପାଦନ ବନ୍ଦ କରିଦେଇଥିଲା। ବର୍ତ୍ତମାନ ଏହା ବିକ୍ରି ପାଇଁ ମଧ୍ୟ ଉପଲବ୍ଧ ନାହିଁ।

ତେବେ ଏହାର ବନ୍ଦ ହେବାର କାରଣ ଏହାର ନୂଆ ମଡେଲ ବୋଲି କୁହାଯାଉଛି। ଏହାସହ ବଜାରକୁ ନୂଆ ନୂଆ ଗାଡ଼ି ଆସିବା ପରେ ଟାଟା ସୁମୋର ଚାହିଦା ବଜାରରେ କମି ଯାଇଥିଲା। ତେବେ ସୁମୋ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା କମ୍ପାନି।

ଟାଟା ସୁମୋର ନୂଆ ମଡେଲ ଥିଲା ସୁମୋ ଗୋଲ୍ଡ। ଏଥିରେ ସରକାର ଦ୍ଵାରା ବାଧ୍ୟତା ମୂଳକ ଥିବା ଫିଚର ଏୟାର ବ୍ୟାଗ, ଏବିଏସ, ସିଟ୍‌ ବେଲ୍ଟ, ସ୍ପିଡ ଆଲର୍ଟ ଆଦି ନଥିଲା। ଯାହାକି ବର୍ତ୍ତମାନ ବଜାରରେ ଥିବା ସବୁ ଗାଡ଼ିରେ ରହିଛି।

Comment