ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ନାବାଳିକା ଦୁଷ୍କର୍ମକାରୀଙ୍କୁ କ୍ଷମା ନାହିଁ।  ଦିନକୁ ଦିନ ରାଜ୍ୟରେ ନାବାଳିକା ଦୁଷ୍କର୍ମ ବଢ଼ିବା ଦେଖାଦେଉଥିବା ବେଳେ ଏହାକୁ ନେଇ କୋର୍ଟ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ଫଳରେ ଗତ ୨ ମାସ ମଧ୍ୟରେ ଓଡ଼ିଶାରେ ୪ ଜଣଙ୍କୁ କୋର୍ଟ ଫାଶିଦଣ୍ଡ ଶୁଣାଇଛନ୍ତି। ଏହି ୪ ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଫାଶି ଦଣ୍ଡାଦେଶ ହୋଇଛି।

ଗତ ଜୁଲାଇ ୨୬ରେ ଅନୁଗୁଳ ଜିଲ୍ଲାର ଶ୍ରୀନିବାସ ଦେହୁରୀଙ୍କୁ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଫାଶି ଦଣ୍ଡ ଶୁଣାଯାଇଥିଲା। ସେହିପରି ଅଗଷ୍ଟ ୨୯ରେ ବାରିପଦାର ଜାମିନୀକାନ୍ତ ମହାନ୍ତ ଏବଂ ସେପ୍ଟେମ୍ବର ୧୦ରେ ଜଗତସିଂହପୁର ଜିଲ୍ଲା ଏରସମାର ଲବ ମାନାଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲା। ତେବେ ଆଜି ସାଲେପୁରର ମହମ୍ମଦ ମୁସ୍ତାକଙ୍କୁ ଫାଶି ଦଣ୍ଡ ଶୁଣାଯାଇଛି।

ଦେଶରେ ଦିନକୁ ଦିନ ବଢ଼ିଚାଲିଥିବା ନାବାଳିକା ଦୁଷ୍କର୍ମ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟ ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶି ଦେବା ପାଇଁ ଘୋଷଣା କରିଥିଲେ। ଏହାକୁ ସମସ୍ତ ରାଜ୍ୟରେ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି। ତେବେ ଗତ ଦୁଇ ମାସରେ ଓଡ଼ିଶାରେ ୪ ଜଣ ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶିଦଣ୍ଡ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Comment