ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖୁବଶୀଘ୍ର ଓଡ଼ିଆ ସିନେ ଦର୍ଶକଙ୍କ ପାଖକୁ ଆସିବ ବାୟୋପିକ୍ ଫିଲ୍ମ ‘ବାବୁ ଭାଇଜାନ୍’। ଓଲିଉଡର ଆକ୍ସନ ଷ୍ଟାର ଅରିନ୍ଦମ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏଥିସହ ତାଙ୍କ ବିପକ୍ଷରେ ନାୟିକା ସାଜିବେ ଚୁଲବୁଲୀ ନାୟିକା ଶିବାନୀ।

ଆଗାମୀ ଦଶହରା ପୂଜାରେ ରିଲିଜ୍ ହେବାକୁ ପ୍ରସ୍ତୁତ ହେଉଛି ଏହି ଫିଲ୍ମ। ଗୋଟିଏ ସତ ଘଟଣାକୁ ନେଇ ଏହାର କାହାଣୀ ପର୍ଯ୍ୟବେସିତ ହୋଇଛି। ବାଲେଶ୍ୱରର ଜଣେ ବସ୍ତିଯୁବକ ଅବଦୁଲ୍ ଅମିନ୍ ଆଲିଆସ୍ ବାବୁଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ବାବୁ ଭାଇଜାନ ନିର୍ମିତ ହୋଇଛି।

ଜଣେ ଯୁବକ କିପରି ତା’ର ଜୀବନ ମଧ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଏଥିସହ ସମସ୍ୟାର ସମାଧାନ କରି ଜୀବନରେ କିଭଳି ସଫଳ ହେଉଛନ୍ତି ତାହା ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ।

ଏହି ଫିଲ୍ମରେ ଦର୍ଶକ ଅରିନ୍ଦମ ଓ ଶିବାନୀଙ୍କ ସହ ଅଭିନେତା ବବି ମିଶ୍ର, ମନୋଜ ମିଶ୍ର ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମର ନିର୍ମାଣ କରୁଛନ୍ତି ଖ୍ୱାଜା ଗରିବ ନୱାଜ୍ ପ୍ରଡକ୍ସନ୍ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ତାପସ୍ ସରଘରିଆ।

Comment