ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ରିଷି କପୁର ନିଜ ଚିକତ୍ସା ସାରି ଆମେରିକାରୁ ଘରକୁ ଫେରିଛନ୍ତି। ଘରକୁ ଆସିବା ପରେ ତାଙ୍କ ପରିବାର ଓ ସାଙ୍ଗସାଥୀ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ରିଷି ଏବେ ବେଶ୍‌ ଖୁସି ନଜର ଆସୁଛନ୍ତି।

ରାକେଶ ରୋଶନ, ଜିତେନ୍ଦ୍ରଙ୍କ ଭଳି ଘନିଷ୍ଠ ସାଙ୍ଗଙ୍କ ଦେଖା କରିଛନ୍ତି ରିଷି। ଏହି ସାକ୍ଷାତକାର ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ରିଷି କପୁର, ରଣଧୀର କପୁର, ଜିତେନ୍ଦ୍ର ଓ ରାକେଶ ରୋଶନ ନଜର ଆସିଛନ୍ତି।

କ୍ୟାରିୟର ଆରମ୍ଭରୁ ହିଁ ଏହି ତିନି ଜଣ ଘନିଷ୍ଠ ବନ୍ଧୁ ଥିଲେ। ଯୁବାବସ୍ଥାର ଅନେକ ଫଟୋ ଏବେବି ସୋସିଆଲ ମିଡିଆରେ ଘୁରି ବୁଲୁଛି। ସେପ୍ଟେମ୍ବର ୧୦ରେ ରିଷି ଆମେରିକାରୁ ଆସିଥିବା ରିଷି ଖୁବଶୀଘ୍ର ଫିଲ୍ମକୁ ବି ଫେରିବେ ବୋଲି ଜଣାପଡ଼ିଛି।

Comment