ଓଡ଼ିଶାଲାଇଭ୍ ବ୍ୟୁରୋ

ନବରତ୍ନ କମ୍ପାନି ନାଲ୍‌କୋ ଷ୍ଟକ ବଜାରରେ ପୁଣିଥରେ ରେକର୍ଡ କରିଛି। ୨୦୧୮-୧୯ ବର୍ଷରେ କମ୍ପାନି ୧୭୩୨ କୋଟି ଟଙ୍କାର ନିଟ୍‌ ଲାଭ କରିଛି। ଏହାସହ ୧୦୭୨.୭୩ କୋଟି ଟଙ୍କାର ରେକର୍ଡ ଡିଭିଡେଣ୍ଡ୍ ପ୍ରଦାନ କରିବାକୁ ଘୋଷଣା କରିଛି ନାଲ୍‌କୋ। ୨୦୧୭-୧୮ର ୧୧୪ ପ୍ରତିଶତ ତୁଳନାରେ ୨୦୧୮-୧୯ରେ ୧୧୫ ପ୍ରତିଶତକୁ ବୃଦ୍ଧି ପାଇଛି।

୧୯୮୧ରେ କମ୍ପାନି କାର୍ଯ୍ୟକ୍ଷମ ହେବା ପରଠାରୁ ଏହା ହେଉଛି ସର୍ବାଧିକ ଡିଭିଡେଣ୍ଡ୍ ବୋଲି ନାଲ୍‌କୋ ପକ୍ଷରୁ କୁହାଯାଇଛି। ଡିଭିଡେଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍ ଟ୍ୟାକ୍ସ ସମେତ ମୋଟ ପେଆଉଟ୍ ଗତ ଆର୍ଥିକ ବର୍ଷରେ ୧୧୦୧.୭୭ କୋଟି ଟଙ୍କା ଥିଲା। ଚଳିତ ବର୍ଷ ଏହା ୧୦୭୨.୭୩  କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ବୁଧବାର ଅନୁଷ୍ଠିତ ନାଲ୍‌କୋର ୩୮ତମ ବାର୍ଷିକ ସାଧାରଣ ବୈଠକ ଅବସରରେ କମ୍ପାନିର ଅଂଶଧନଧାରୀମାନେ ଏହି ଡିଭିଡେଣ୍ଡ୍ ପେଆଉଟ୍ ପ୍ରସ୍ତାବକୁ ଗୃହୀତ କରିଛନ୍ତି।

ଚଳିତ ବର୍ଷ ଡିଭିଡେଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍ ଟ୍ୟାକ୍ସ ସମେତ ଡିଭିଡେଣ୍ଡ୍ ପରିମାଣ ନିଟ୍ ଲାଭର ୯୮.୮୧ ପ୍ରତିଶତ। କମ୍ପାନି ପ୍ରତିଷ୍ଠା ହେବା ଦିନରୁ ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ଟିକସ, ରୟାଲ୍‌ଟି ଏବଂ ଡଭିଡେଣ୍ଡ୍ ଆକାରରେ ମୋଟ ୩୨,୮୮୬ କୋଟି ଟଙ୍କା ପ୍ରଦାନ କରିଛି। ଏଥି ମଧ୍ୟରୁ ୨୫,୯୧୭  କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଏବଂ ୬,୯୬୯  କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି।

‘‘୨୦୧୮-୧୯ ଆର୍ଥିକ ବର୍ଷ ନାଲ୍‌କୋ ପାଇଁ ସଫଳତା ଆଣି ଦେଇଛି। ଉତ୍ପାଦନ, ଉତ୍ପାଦକତା, ଆର୍ଥିକ ଲାଭ ଏବଂ ମାନବସମ୍ବଳ ନିୟୋଜନ ଆଦି ପ୍ରତିଟି କ୍ଷେତ୍ରରେ କମ୍ପାନି ସଫଳତା ହାସଲ କରିଛି। ଏଥି ସହ ସାମାଜିକ ଦାୟିତ୍ୱବୋଧ ଏବଂ ସମ୍ବେଦନଶୀଳ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ନାଲ୍‌କୋ ସଫଳତା ହାସଲ କରିଛି’’, କହିଛନ୍ତି ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ।

ନାଲ୍‌କୋର ସଫଳତା

ଉଡମାକେନ୍‌ଜି ରିପୋର୍ଟ ଅନୁସାରେ ଗତ ୪ ବର୍ଷ ଧରି ବିଶ୍ୱର ସବୁଠାରୁ କମ୍ ବ୍ୟୟରେ ଆଲୁମିନା ଉତ୍ପାଦନକାରୀର ମାନ୍ୟତା ଲାଭ

୨୦୧୮ରେ ଉଡମାକେନ୍‌ଜି ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ କମ୍ ବ୍ୟୟରେ ବକ୍ସାଇଟ୍  ଉତ୍ପାଦନକାରୀର ମାନ୍ୟତା ଲାଭ

ଡିପିଇର ପବ୍ଲିକ୍ ଏଣ୍ଟପ୍ରାଇଜେସ୍ ସର୍ବେକ୍ଷଣ ଅନୁସାରେ ସର୍ବାଧିକ ନିଟ୍ ବୈଦେଶିକ ମୁଦ୍ରା ଅର୍ଜନକାରୀ ଲୋକଉଦ୍ୟୋଗ ମଧ୍ୟରେ ତୃତୀୟ ସ୍ଥାନ ହାସଲ

ଆଲୁମିନିୟମ୍ କ୍ଷେତ୍ରରେ ଘରୋଇ ବଜାରରେ ୨୦୧୮-୧୯ ଆର୍ଥିକ ବର୍ଷରେ ମାର୍କେଟ୍ ସେୟାର୍ ଗତ ବର୍ଷର ୨୧.୧ ପ୍ରତିଶତ ତୁଳନାରେ ୨୪.୩ ପ୍ରତିଶତକୁ ବୃଦ୍ଧି

ଖଣି ମନ୍ତ୍ରାଳୟ ପକ୍ଷରୁ ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣିକୁ ୫-ଷ୍ଟାର୍ ରେଟିଂ

ଶୂନ୍ୟ ବର୍ଜ୍ୟବସ୍ତୁ ନିର୍ଗମନ ପାଇଁ ମାନ୍ୟତା ହାସଲ ସହ ୧୦ ନିୟୁତ ବୃକ୍ଷରୋପଣ

ଜାତୀୟ ସ୍ୱଚ୍ଛତା ସମ୍ମେଳନ-୨୦୧୯ ଅବସରରେ ବିଦ୍ୟାଳୟ ସ୍ତରରେ ପରିମଳ ଭିତ୍ତିଭୂମି ନର୍ମାଣ ନିମନ୍ତେ ସ୍ୱଚ୍ଛ ଭାରତ ପୁରସ୍କାର

ବ୍ୟବସାୟିକ ପ୍ରକ୍ରିୟାରେ ଉତ୍କର୍ଷ ନିମନ୍ତେ ସିଆଇଆଇ-ଏକଜିମ୍ ବ୍ୟାଙ୍କ ପୁରସ୍କାର

ଆର୍ଥିକ କ୍ଷେତ୍ରରେ ସଫଳତା

ଏଯାବତ୍ ସର୍ବାଧିକ ବିକ୍ରିଲବ୍ଧ ଆୟ ଏବଂ ରପ୍ତାନୀଲବ୍ଧ ଆୟ

ବିଗତ ୧୦ ବର୍ଷରେ ସର୍ବାଧିକ ଲାଭ

କମ୍ପାନି ପ୍ରତିଷ୍ଠା ହେବାଠାରୁ ଆଜି ଯାଏଁ ସର୍ବାଧିକ ଡିଭିଡେଣ୍ଡ୍ (୧୧୫ ପ୍ରତିଶତ) ପ୍ରଦାନ

୯୧୯ କୋଟି ଟଙ୍କାର କ୍ୟାପେକ୍ସ ହାସଲ

nalcoଉତ୍ପାଦନରେ ରେକର୍ଡ

ସର୍ବାଧିକ ବକ୍ସାଇଟ୍ ପରିବହନରେ ନାଲ୍‌କୋକୁ ବଡ଼ ସଫଳତା

କ୍ରମାଗତ ତୃତୀୟ ବର୍ଷ ପାଇଁ ଉତ୍ତର ଓ ସେଣ୍ଟ୍ରାଲ୍ ବ୍ଲକର ୧୦୦ ପ୍ରତିଶତ କ୍ଷମତାର ଉପଯୋଗ

ସର୍ବାଧିକ ଆଲୁମିନା ହାଇଡ୍ରେଟ୍ ଉତ୍ପାଦିତ

ଗତ ୮ ବର୍ଷରେ ସର୍ବାଧିକ ଆଲୁମିନିୟମ୍ ଧାତୁ (୪.୪୦ ଲକ୍ଷ ଟନ୍) ଉତ୍ପାଦିତ

ସର୍ବାଧିକ ୧.୫୨ ଲକ୍ଷ ମେଟ୍ରିକ୍ ଟନ୍ ମୂଲ୍ୟଯୁକ୍ତ ଉତ୍ପାଦ ଉତ୍ପାଦିତ

ସର୍ବାଧିକ ପବନଚାଳିତ ବିଦ୍ୟୁତଶକ୍ତି ଉତ୍ପାଦନରେ ନାଲ୍‌କୋର ରେକର୍ଡ

Comment