ଓଡ଼ିଶାଲାଇଭ୍ ବ୍ୟୁରୋODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ବିଲୁଆଖାଇ ନଦୀ ପଠାରୁ ମିଳିଥିବା ଶବ ନିହାରିକା ନା ଆଉ କିଏ?

ଜଗତସିଂହ ପୁର ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀପଠାରୁ ମିଳିଥିବା ଶବକୁ ନେଇ ବଢ଼ୁଛି ସସ୍‌ପେନ୍ସ। ଏହି ହାତ ଗୋଡ଼ ବନ୍ଧା ଶବଟି ମିଳିବା ପରେ ଏହା ନର୍ସ ନିହାରିକା ବୋଲି ସନ୍ଦେହ କରାଯାଉଛି। କାରଣ ନର୍ସ ନିହାରିକା କିଛି ଦିନ ହେବ ନିଖୋଜ ଥିବାରୁ ଏହି ଶବ ତାଙ୍କର ବୋଲି ସନ୍ଦେହ କରାଯାଉଛି। ଶବର ମୁହଁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏହା ପ୍ରକୃତରେ ନିହାରିକା ନା ଆଉ କିଏ? ତାହା ଜାଣିବା ପାଇଁ ପୋଲିସ ଡିଏନ୍‌ଏ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ କରିଛି।

ସାଲେପୁର ନାବାଳିକା ଦୁଷ୍କର୍ମ ଘଟଣା: ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ

କଟକ ସାଲେପୁର ୨୦୧୮, ଏପ୍ରିଲ ୧ରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ।

ମୟୂରଭଞ୍ଜ: ମୃତ ମହିଳାଙ୍କୁ ବଞ୍ଚେଇବା ପାଇଁ ଡାକ୍ତରଖାନାରେ ଝଡ଼ାଫୁଙ୍କା

ବିଜ୍ଞାନ ଯେତେ ଉନ୍ନତି କଲେ ବି ମଣିଷ ପିଛା ଛାଡ଼ୁନି ଅନ୍ଧିବଶ୍ୱାସ। କେଉଁଠି ନା କେଉଁଠି ମନରେ ଆଜି ବି ଘର କରି ରହିଛି ଅନ୍ଧିବଶ୍ୱାସ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜରେ। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ବଞ୍ଚେଇବାକୁ ଡାକ୍ତରଖାନାରେ ଝଡ଼ାଫୁଙ୍କା ହୋଇଥିବା ଦେଖିବାକୁ ମିଳିଛି।

ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ତାଙ୍କ କଟକ ବାସଭବନରୁ ସିବିଆଇ ଗିରଫ କରିଛି। ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ୍‌ ଥିବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି। ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ଉଭୟଙ୍କୁ ଚିଟ୍‌ଫଣ୍ଡ ମାମଲାରେ ଗିରଫ କରାଯିବା ନେଇ ଜଣାପଡ଼ିଛି।

ଦଳ ପାଇଁ ଅଲୋଡ଼ା ହୋଇପାରନ୍ତି ରିଶବ ପନ୍ତ

ବାରମ୍ଵାର ବିଫଳତାର ସମ୍ମୁଖୀନ ହେଉଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ରିଶବ ପନ୍ତ। ତେବେ ଏହି ବିଫଳତା ଯୋଗୁଁ ସେ ଭାରତୀୟ ଦଳରୁ ବାଦ ପଡ଼ି ପାରନ୍ତି। ବର୍ତ୍ତମାନ ସେ ଧୋନୀଙ୍କ ସ୍ଥଆନରେ ଦଳରେ ସ୍ଥାନ ପାଇ ଓ୍ଵିକେଟ କିପିଂ କରୁଛନ୍ତି।

Comment