ଓଡ଼ିଶାଲାଇଭ୍ ବ୍ୟୁରୋ

ଇନ୍‌କମ୍ ଟ୍ୟାକ୍ସ୍, ହାଉସ୍ ଟ୍ୟାକ୍ସ୍, ପାଣି ଟ୍ୟାକ୍ସ୍ ତ ସମସ୍ତେ ଦିଅନ୍ତି। କିନ୍ତୁ ଏମିତି କିଛି ସ୍ଥାନ ରହିଛି ଯେଉଁଠି ମଣିଷର ଛାଇ ପଡ଼ିଲେ ଦେବାକୁ ପଡ଼ିଥାଏ ଟ୍ୟାକ୍ସ। ଆସନ୍ତୁ ଜାଣିବା ବିଶ୍ଵର ଏମିତି କିଛି ଦେଶ ଯେଉଁଠି ଆଦାୟ କରାଯାଏ ଏପରି ଟ୍ୟାକ୍ସ୍।

ଆମେରିକାର ଆର୍କନ୍‌ସସ୍‌ ରାଜ୍ୟରେ ଟାଟୁ ଅଥବା ଶରୀରରେ ଯେକୌଣସି ଚିତ୍ର ଆଙ୍କିଲେ ଦେବାକୁ ପଡ଼େ ଟ୍ୟାକ୍ସ୍। ଯଦି କେହି ଟାଟୁ କରନ୍ତି, ତେବେ ତାଙ୍କୁ ୬ ପ୍ରତିଶତ ଟ୍ୟାକ୍ସ୍ ଦେବାକୁ ପଡ଼ିଥାଏ।

ଇଟାଲୀର ଭେନେଟୋ ସହରରେ କୋନ୍‌ଗ୍ଲିଆନୋ ନାମକ ଟାଉନ୍‌ ରହିଛି। ଏଠାରେ ହୋଟେଲ୍, ରୋସ୍ତୋରାଁ କିମ୍ବା ଦୋକାନରେ ଲାଗିଥିବା ହୋଡିଂ, ବୋର୍ଡର ଛାଇ ଗଳିରେ ପଡ଼ିଲେ ବର୍ଷକୁ ୧୦୦ ଡଲାର୍ କର ରୂପରେ ଆଦାୟ କରାଯାଏ।

ଓଲ୍ଡ୍ ଷ୍ଟଫ୍ ମ୍ୟାଗେଜିନ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ହଙ୍ଗ୍ରିରେ ୨୦୧୧ ମସିହାରେ ଅତ୍ୟଧିକ ଚିନି ଓ ଲୁଣ ଥିବା ସମସ୍ତ ଖାଦ୍ୟ ସାମଗ୍ରୀ ଉପରେ ଟ୍ୟାକ୍ସ୍ ଆଦାୟ କରାଯାଉଛି। ଏହାକୁ “ପବ୍ଲିକ୍ ହେଲ୍ଥ ପ୍ରଡକ୍ସ ଟ୍ୟାକ୍ସ” ବୋଲି କୁହାଯାଉଛି।

ଆମେରିକାର ଆଲାବାମା ରେଭେନ୍ୟୁ ଡିପାର୍ଟମେଣ୍ଟ୍ ଅନୁଯାୟୀ, ଆଲବାମା ରାଜ୍ୟରେ ତାସ୍ ବଣ୍ଡଲ୍ କିଣିଲେ ବି ଟ୍ୟାକ୍ସ୍ ଦେବାକୁ ପଡ଼େ। ଏପରି ଟ୍ୟାକ୍ସ୍ ଆଦାୟ କରୁଥିବା ପ୍ରଥମ ରାଜ୍ୟ ହେଲା ଆଲାବାମା।

ନ୍ୟୁୟର୍କ ଟାଇମ୍‌ ଅନୁଯାୟୀ ଜାପାନରୁ ମେଟାବୋ ନିୟମ ଅନୁସାରେ, ୪୦ରୁ ୭୫ ବର୍ଷ ବୟସର ବ୍ୟକ୍ତିଙ୍କୁ ପ୍ରତିବର୍ଷ ନିଜ ଅଣ୍ଟାର ମାପ ଦେବାକୁ ପଡ଼େ। ଯଦି ପୁରୁଷଙ୍କ ଅଣ୍ଟାର ଲମ୍ବ ୮୫ ସେଣ୍ଟିମିଟର୍ ଆଉ ମହିଳାଙ୍କ ଅଣ୍ଟାର ଲମ୍ବ ୯୦ ସେଣ୍ଟିମିଟରରୁ ଅଧିକ ରହେ, ତେବେ ସେଥିପାଇଁ ତାଙ୍କୁ ଟ୍ୟାକ୍ସ୍ ଦେବାକୁ ପଡ଼ିବ।

Comment