ଓଡ଼ିଶାଲାଇଭ ବ୍ୟୁରୋ

ଓସ୍କାର ସ୍କ୍ରିନିଂ କମିଟିକୁ ମନୋନୀତ ହେଲା ଭାରତୀୟ ଫିଲ୍ମ ‘ଗଲି ବୟ’। ଫିଲ୍ମରେ ରଣବିର ସିଂହ ଓ ଆଲିୟା ଭଟ୍ଟ ମୁଖ୍ୟ ଚରିତ୍ର ରହିଥିଲେ। ଭାରତ ପକ୍ଷରୁ ବେଷ୍ଟ ଫିଚର ଫିଲ୍ମ ତାଲିକାରେ ଏହି ଫିଲ୍ମ ଓସ୍କାର ସ୍କ୍ରିନିଂ କମିଟିକୁ ମନୋନୀତ କରାଯାଇଛି।

ଗଲିବୟ ଓସ୍କାର ସ୍କ୍ରିନିଂ କମିଟିରେ ସାମିଲ ହେବା ଖବର ଫରହାନ ଅଖତର ନିଜ ଟୁଇଟରରେ ପୋଷ୍ଟ କରି ଜଣାଇଥିଲେ। ପୂର୍ବରୁ ମଧ୍ୟ ଗଲିବୟ ଫିଲ୍ମକୁ ବେଷ୍ଟ ଏସିୟାନ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିଲା। ଗତ ବର୍ଷ ଭିଲେଜ ରକଷ୍ଟାରକୁ ଭାରତ ତରଫରୁ ଓସ୍କାର ପାଇଁ ମନୋନୀତ କରାଯାଇଥିଲା।

ଗଲି ବୟ ଫିଲ୍ମକୁ ନିର୍ଦ୍ଦେଶନ ଦେଇଥିଲେ ଜୋୟା ଅଖତର। ଏଥିରେ ରଣବିର ସିଂହ ମୁରାଦ ଭୂମିକାରେ ନଜର ଆସିଥିଲେ। ଫିଲ୍ମରେ ମୁରାଦ ଗୋଟେ ବସ୍ତିର ଲୋକ ଥିଲା। ଯିଏ କି ନିଜ ସାମାଜିକ ଓ ଆର୍ଥିକ ସ୍ଥିତିରୁ ଉପରକୁ ଉଠିକି ରାତାରାତି ଷ୍ଟାର ହବାକୁ ଚାହୁଁଥିଲା।

Comment