ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୀନା କପୁର ବଲିଉଡର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଦକ୍ଷ ଅଭିନୟ ଏବଂ ତାଙ୍କର ଚୁଲବୁଲି ଅନ୍ଦାଜ ପାଇଁ ଦର୍ଶକ ତାଙ୍କ ଦିଓ୍ୱନା ହୋଇଛନ୍ତି। କରୀନା ନିଜର ଡ୍ରେସିଙ୍ଗ ସେନ୍ସ ଓ ଷ୍ଟାଇଲ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଆଜି ବଲିଉଡର ସେହି ଫ୍ୟାଶନ ଡିଭା କରୀନା କପୁର ତାଙ୍କ ୩୯ତମ ଜନ୍ମଦିନ ପାଳନ କରିଛନ୍ତି।

କରୀନା ତାଙ୍କ ଜନ୍ମଦିନ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ, ପୁଅ ତୈମୁର ଓ ପରିବାର ସହ ପାଳିଛନ୍ତି। ଶାଶୂଘରେ ଜନ୍ମଦିନ କେକ୍‌ କାଟୁଥିବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କରୀନା କେକ୍‌ କାଟୁଥିଲା ବେଳେ ସୈଫ୍‌ ତାଙ୍କ ପଛରେ ଠିଆ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

 

View this post on Instagram

 

#birthdayvibes🎉

A post shared by Kareena Kapoor Khan (@therealkareenakapoor) on

ଫିଲ୍ମରେ ନିଜ ଚରିତ୍ରରେ ଦମଦାର ଅଭିନୟ କରନ୍ତି କରୀନା। ସେହିପରି ରିଅଲ ଲାଇଫ୍‌ରେ ମଧ୍ୟ କରୀନା ନିଜ ଦାୟିତ୍ୱ ତୁଲାଇ ଥା’ନ୍ତି। ପୁଅ ତୈମୁର ଖାନଙ୍କ ପ୍ରତି ସେ ବଶେଷ ଧ୍ୟାନ ଦେଇଥାନ୍ତି। ଅନେକ ଥର କରୀନାଙ୍କ ସହ ସୁଟିଂ ସେଟରେ ତୈମୁର ସ୍ପଟ ହୋଇଛନ୍ତି।

Comment