ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଷ୍ଟାରପ୍ଲସରେ ପ୍ରସାରିତ ଧାରାବାହିକ ‘କସୌଟି ଜିନ୍ଦେଗି କେ ୨’ ଘରେ ଘରେ ଲୋକପ୍ରିୟ। କେବଳ ହିରୋଇନ ପ୍ରେରଣା ଆଉ ହିରୋ ଅନୁରାଗ ନୁହେଁ ଭିଲିଆନ୍ ରୋଲ୍ କୋମୋଲିକାକୁ ବି ପସନ୍ଦ କରନ୍ତି ସମସ୍ତେ। କହିବାକୁ ଗଲେ କମୋଲିକା କ୍ୟାରେକ୍ଟର୍ ହିଁ ରୋମାଞ୍ଚକ ମୋଡ଼ ଦେଉଛି ଏହି ପ୍ରେମ କାହାଣୀକୁ।

ତେବେ କିଛି ଦିନ ହେଲା ପରଦାରୁ ଗାୟବ ଅଛନ୍ତି କୋମୋଲିକା। ମିଷ୍ଟର୍ ବଜାଜଙ୍କ କ୍ୟାରେକ୍ଟର୍ ରେ କରନ୍ ସିଂ ଗ୍ରୋଭରଙ୍କ ଏଣ୍ଟ୍ରି କାହାଣୀରେ ନୂଆ ମୋଡ଼ ଆଣିଛି। ହେଲେ ବି କୋମୋଲିକା ଚରିତ୍ରକୁ ବହୁତ ଝୁରୁଛନ୍ତି ଦର୍ଶକ। ଏହି ଭୂମିକା ବହନ କରୁଥିବା ହିନା ଖାନ୍ ମଝି ଦରିଆରୁ ଚାଲି ଯାଇଛନ୍ତି ସିରିଏଲ୍ ଛାଡ଼ି। ଏହା ପଛରେ ତାଙ୍କର ବଲିଉଡ୍ ଏଣ୍ଟ୍ରି ବି ମୁଖ୍ୟ କାରଣ ହୋଇପାରେ।

ଏବେ ପୁଣି ସିରିଏଲକୁ ଫେରୁଛନ୍ତି କୋମୋଲିକା। ବଲିଉଡ୍ ଅଭିନେତ୍ରୀ ତଥା ଆଇଟମ୍ ଗାର୍ଲ ଗୌହର୍ ଖାନ୍ କୋମୋଲିକା କ୍ୟାରେକ୍ଟରରେ ପରଦାକୁ ଆସିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ଅନ୍ୟପଟେ, ଗୌହର୍ ଏବେ କେତେଗୁଡ଼ିଏ ଓ୍ୱେବ ସିରିଜ୍ ଆଉ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ଏହି ରୋଲ୍ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନି।

Comment