ଓଡ଼ିଶାଲାଇଭ ବ୍ୟୁରୋ

ଗୋଟିଏ ଦିନରେ ସାପ କାମୁଡ଼ାରେ ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସାପକାମୁଡ଼ାରେ ଗଞ୍ଜାମରେ ୩ ଜଣ, ଅନୁଗୁଳରେ ୨ ଜଣ ଓ ଯାଜପୁରରେ ଜଣଙ୍କର ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ନୂଆପଲ୍ଲୀ ଗାଁରେ ୪ ବର୍ଷର ପୁଅ ସହ ମାର ମୃତ୍ୟୁ ହୋଇଥିବା ବେଳେ କବିସୂର୍ଯ୍ୟ ନଗରରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲାରେ ସାପ କାମୁଡ଼ାରେ ଦୁଇ ଭଉଣୀଙ୍କର ମତ୍ୟୁ ହୋଇଛି। ସେମାନେ ହେଲେ ସୁଜାତା ସାହୁ ଓ ରୋଜାଲିନ୍‌ ସାହୁ।

ସେହିପରି ଯାଜପୁର ଜିଲ୍ଲା ତେଲକୋଇ ଅଞ୍ଚଳରେ ସାପ କାମୁଡ଼ା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାସହ ଗୋଟିଏ ଦିନରେ ରାଜ୍ୟରେ ସାପ କାମୁଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି।

Comment