ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦଶହରା ପୂଜାରେ ଦର୍ଶକଙ୍କ ପାଇଁ ଭେଟି ନେଇ ଆସୁଛି ବାବୁସାନଙ୍କ ଅଭିନୀତ ଫିଲ୍ମ ମିଷ୍ଟର ମଜନୁ। ଦର୍ଶକେ ଫିଲ୍ମରେ ଅଭିନେତା ବାବୁସାନଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ବାବୁସାନ ପ୍ରଥମ ଥର ପାଇଁ ଖଳନାୟକ ରାଇମୋହନ ପରିଡ଼ାଙ୍କ ସହ ଦେଖିବାକୁ ପାଇବେ।

ଏହି ଫିଲ୍ମରେ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ତିନି ତିନି ଜଣ ହିରୋଇନ୍। ସିତଲ, ସୂର୍ଯ୍ୟମୟୀ ଓ ଦିବ୍ୟାଙ୍କ ସହ ବାବୁସାନଙ୍କୁ ଦେଖିବାକୁ ପାଇବେ ଦର୍ଶକେ।

ଏହାସହ ଏହି ଫିଲ୍ମରେ ବାବୁସାନଙ୍କ ନୂଆ ବଡି ଫିଗରରେ ଦର୍ଶକ ଦେଖିବାକୁ ପାଇବେ। ଏହାସହ ଫିଲ୍ମରେ ରାଇମୋହନଙ୍କ ଦମଦାର ଅଭିନୟର ଯାଦୁ ପୁଣିଥରେ ଦେଖିବାକୁ ପାଇବେ ଓଡ଼ିଆ ସିନେମା ଦର୍ଶକ।

୧୯୮୬ମସିହାରେ ଓଡ଼ିଆ ସିନେମାରେ ପ୍ରବେଶ କରିଥିବା ରାଇମୋହନ ପରିଡ଼ା ନିଜର ଫିଲ୍ମ କ୍ୟାରିଅରରେ ଅନେକ ଫିଲ୍ମରେ ଖଳନାୟକ ଭାବରେ ଅଭିନୟ କରିଛନ୍ତି। ଓଡ଼ିଆ ଫିଲ୍ମ ତୁ ମୋ ସୁନାଚଢ଼େଇ, ମେଣ୍ଟାଲ, ଲକ୍ଷ୍ମୀ ପ୍ରତିମା, ତୁ ଥିଲେ ମୋ ଡ଼ର କାହାକୁ, ରସିକ ନାଗର, ଋଣଭୂମି, ସ୍ତ୍ରୀ, ସୁନା ସଂସାର, ଲକ୍ଷେ ଶିବ ପୂଜି ପାଇଛି ପୁଅ ଆଦି ଫିଲ୍ମରେ ତାଙ୍କର ଅଭିନୟର ଯାଦୁ ଦେଖିଛନ୍ତି ଫ୍ୟାନ୍‌।

ବର୍ତ୍ତମାନ ରାଇମୋହନ ଓଡ଼ିଆ ଯାତ୍ରା ଜଗତରେ ନିଜର ଅଭିନୟର ଯାଦୁ ଦେଖାଉଛନ୍ତି। ଓଡ଼ିଆ ଯାତ୍ରାରେ ସେ ଖଳାନାୟକ ଭାବରେ ମଧ୍ୟ ଅନେକ ଯାତ୍ରା ପରିବେଷଣ କରିଛନ୍ତି।

Comment