ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ଗସ୍ତରେ ମୋଦୀଙ୍କର ଆଜି ତୃତୀୟ ଦିନ। ତୃତୀୟ ଦିନରେ ଆମେରିକାରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ୱଚ୍ଛ ଭାରତ ଅଭିଯାନ ଲାଗି ମୋଦୀ ‘ଗ୍ଲୋବାଲ ଗୋଲ କିପର ଆଓ୍ୱାର୍ଡ’ରେ ସମ୍ମାନିତ ହେବେ। ଭାରତରେ ସ୍ୱଚ୍ଛତା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ପିଏମ୍‌ ମୋଦୀଙ୍କୁ ବିଲ ମେଲିଣ୍ଡା ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନରେ ସମ୍ମାନିତ କରାଯିବ।  ସେପେଟେ ଆଜି ମଧ୍ୟ ନ୍ୟୁୟର୍କରେ ମୋଦୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ।

ମୋଦୀଙ୍କର ଏହା ୭ ଦିନିଆ ଆମେରିକା ଗସ୍ତ। ଗସ୍ତର ପ୍ରଥମ ଦିନରେ ମୋଦୀ ହାଓଡୀ ମୋଦୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୫୦ ହଜାର ପ୍ରବାସୀ ଭାରତୀୟ ଯୋଗ ଦେଇଥିଲେ।

ସେହିପରି ଦ୍ୱିତୀୟ ଦିନରେ ଅର୍ଥାତ ଗତକାଲି ମୋଦୀ ଜାତିସଂଘ ପକ୍ଷରୁ ଆୟୋଜିତ ‘ଦ କ୍ଲାଇମେଟ ଆକ୍ସନ ସମ୍ମିଳନୀ’କୁ ସମ୍ବୋଧିତ କରିଥିଲେ।

Comment