ଓଡ଼ିଶାଲାଇଭ୍ ବ୍ୟୁରୋ

ସାବଧାନ! ସୋସିଆଲ୍  ମିଡିଆରେ ଆପଣ କୌଣସି ପ୍ରକାର ମିଛ ଖବରକୁ ସେଆର କରୁଛନ୍ତି କି? ତେବେ ସତର୍କ ରୁହନ୍ତୁ ଆପଣଙ୍କୁ ପୋଲିସ ଗିରଫ କରିପାରେ।

ଯଦି ଆପଣ ଲଗାତାର ଭାବରେ ସୋସିଆଲ୍ ମିଡିଆରେ ମିଛ ଖବରର ପ୍ରଚାର ପ୍ରସାର କରୁଛନ୍ତି, ତେବେ ଆପଣଙ୍କୁ ପୋଲିସ ଗିରଫ କରିପାରେ। ସାଇବର ସେଲ୍‌ର ନଜର ଆପଣଙ୍କ ଉପରେ ରହିଛି। ସୋସିଆଲ୍ ମିଡିଆରେ ଏଭଳି ଖବର ପ୍ରଚାର ପ୍ରସାର କରୁଥିବା ଲୋକଙ୍କ ବିପକ୍ଷରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି କମିସନରେଟ୍ ପୋଲିସ୍।

ଆପଣ ଯଦି ନିଜର ସୋସିଆଲ୍ ଆକାଉଣ୍ଟରୁ ସେଭଳି ପୋଷ୍ଟ ଡିଲେଟ୍ କରିଦେଇଛନ୍ତି। ତେବେ ମଧ୍ୟ ଆପଣଙ୍କୁ ଗିରଫ କରାଯାଇପାରିବ।

ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ପଟିଆ ବିଗ୍ ବଜାର ଅଞ୍ଚଳରେ ଜଣେ ବିକ୍ରେତାଙ୍କୁ ଉପରେ ଲାଗିଥିବା ଚାଲାଣର ମିଛ ଖବର ଗୋଟିଏ ନ୍ୟୁଜ୍ ପୋର୍ଟାଲ ଖବର ପ୍ରକାଶ କରିଥିଲା। ପୋଲିସ୍ କେଶବ ଚନ୍ଦ୍ର ଭୂୟାଁ ନାମକ ଜଣେ ବିକ୍ରେତାଙ୍କ ଗାଡ଼ିକୁ ପୋଲିସ୍ ଗାଡ଼ି କହି ତା ଉପରେ ଚାଲାଣ କାଟିଥିଲା। ଯାହା ସମ୍ପୂଣ୍ଣ ଭାବରେ ଏକ ମିଛ ଖବର ଥିଲା।

ଏଭଳି ମିଛ ଖବରକୁ ନିଜର ୱେବରେ ପ୍ରକାଶ କରିଥିଲା ଜନୈକ ନ୍ୟୁଜ୍ ପୋର୍ଟାଲ। ତେବେ କିଛି ସମୟ ପରେ ଏହି ଖବରଟିକୁ ନିଜ ୱେବ୍ ପେଜରୁ ହଟାଇ ଦେଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ବିଭିନ୍ନ ଲୋକ ଏହାର ଫଟୋ ଓ ସ୍କ୍ରିନ୍ ସଟ ନେଇ ଏହାକୁ ଭାଇରାଲ କରିଥିଲେ। ଏଥିପାଇଁ ବିକ୍ରେତାଙ୍କ ସହ ନ୍ୟୁଜ୍ ପୋର୍ଟାଲର ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ।

Comment