ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ମେଡିକାଲ କଲେଜରୁ ଶୁକ୍ରବାର ୩, ନବରଙ୍ଗପୁର ମେଡିକାଲରୁ ଜଣ ଦଲାଲ ଧରାପଡ଼ିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ମହିଳା ଦଲାଲଙ୍କୁ ଅଟକ ରଖିଛି ପୋଲିସ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ଚଢ଼ାଉ କରୁଛି ପୋଲିସ୍। ଗୁରୁବାର ବିଭନ୍ନ ମେଡିକାଲରୁ ୩୫ ଜଣ ଦଲାଲ ଗିରଫ ହୋଇଥିଲେ।

ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନୂଆ ମୋଟର ଯାନ ଆଇନକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ପୋଲିସ୍ ଏସପି ଓ ପରିବହନ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସି କରିଥିଲେ। ଏହି ଅବସରରେ ୧୫ ଦିନ ଭିତରେ ରାଜ୍ୟର ସମସ୍ତ ଆରଟିଓ ଓ ମେଡିକାଲକୁ ଦଲାଲ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Comment