ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମାଜକୁ ଠିକ ଭାବେ ଚଳାଇବା ପାଇଁ ଦେଶରେ ଆଇନ ବ୍ୟବସ୍ଥା ହୋଇଥାଏ। ଯେଉଁ ଦେଶର ଆଇନ ବ୍ୟବସ୍ଥା ଠିକ୍‌ ନଥାଏ ସେଠାରେ ବିଶୃଙ୍ଖଳା ହେବା ନିଶ୍ଚିତ। ହେଲେ ଏମିତି ବି କିଛି ଦେଶ ଅଛି ଯେଉଁଠିକାର ଆଇନ ବ୍ୟବସ୍ଥା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଆସନ୍ତୁ ଜାଣିବା ଏହି ଦେଶମାନଙ୍କ ବିଷୟରେ…

ମଦ, ସିଗାରେଟ, ପାନ ଉପରେ ବିଭିନ୍ନ ଦେଶରେ ପ୍ରତିବନ୍ଧ ଲାଗିଥିବା ଆପଣ ଜାଣିଥିବେ। ହେଲେ ଚୁଇଙ୍ଗମ୍‌ ଉପରେ ପ୍ରତିବନ୍ଧ ଲାଗିଥିବା କେବେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୨୦୦୪ରୁ ସିଙ୍ଗାପୁରରେ ଚୁଇଙ୍ଗମକୁ ବ୍ୟାନ କରାଯାଇଛି।

ପରିବେଶକୁ ସଫା ସୁତରା ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ଏତିକି ନୁହେଁ ଆପଣ ବାହାରୁ ମଧ୍ୟ ଏହି ଦେଶକୁ ଚୁଇଙ୍ଗମ ନେଇ ଯାଇପାରିବେ ନାହଁ।

Comment