ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଅନେକ ବିଦେଶୀ ଅଭିନେତ୍ରୀ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ଦର୍ଶକ ଏହି ସୁନ୍ଦରୀଙ୍କୁ ଖୁବ୍ ପସନ୍ଦ କରୁଛନ୍ତି। ଏହି ତାଲିକାରେ କ୍ୟାଟ୍ରିନା, ଜ୍ୟାକଲିନ, ନୋରାଙ୍କ ଭଳି ସଫଳ ଅଭିନେତ୍ରୀଙ୍କ ନାଁ ରହିଛି। ଏବେ ଜଣେ ତୁର୍କୀ ଅଭିନେତ୍ରୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ହେଲେ ହାଣ୍ଡେ ଏରସେଲ।

ହୁଏତ ଆପଣ ଏହି ନାଁକୁ ଜଣେନଥିବେ। ହେଲେ ଏହି ଅଭିନେତ୍ରୀଙ୍କ ଫଟୋ ଦେଖିଲେ ଆପଣ ନିଶ୍ଚୟ ଜାଣିପାରିବେ। କାରଣ ଅଭିନେତ୍ରୀ ଜଣକ ବହୁତ ଲୋକପ୍ରିୟ। ଭାରତୀୟ ଦର୍ଶକ ମଧ୍ୟ ତାଙ୍କୁ ଖୁବ୍‌ ପସନ୍ଦ କରନ୍ତି। ୨୫ ବର୍ଷୀୟ ହାଣ୍ଡେ ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ତୁର୍କୀ ଫିଲ୍ମରେ କାମ କରିଛନ୍ତି। ସେ ବିଭନ୍ନ ସିରିଲରେ ବି ଅଭିନୟ କରିଛନ୍ତି।  ଖୁବଶୀଘ୍ର ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ହାଣ୍ଡେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ତାଙ୍କର ସବୁ ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଥାଏ। ଇନଷ୍ଟାଗ୍ରମାରେ ୧୦.୩ ମିଲିୟନ ଫଲୋୟର୍ସ ଅଛନ୍ତି।

Comment