ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ଆଇଏଏସ୍‌ ଅଫିସର ସୁଶୀଲ କୁମାର ଲୋହାନୀ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ୧୯୯୯ ବ୍ୟାଚ୍‌ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ହେଉଛନ୍ତି ସୁଶୀଲ।

୧୯୯୫ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ର ଆଇଏଏସ୍‌ ଅଫିସର ସୁରେନ୍ଦ୍ର କୁମାରଙ୍କ ସ୍ଥାନରେ ସୁଶୀଲ କୁମାର ଲୋହାନୀ ଏହି ଦାୟିତ୍ଵ ସମ୍ଭାଳିବେ।

ବର୍ତ୍ତମାନ ଲୋହାନୀ ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗର ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଅଗଷ୍ଟ ୭ରେ ଆଇଏଏସ୍‌ ସ୍ତରରେ ଅଦଳବଦଳ ହେବା ପରେ ତାଙ୍କୁ ବାଣିଜ୍ୟିକ ବିଭାଗର ଅତିରିକ୍ତ କମିସନର ଭାବେ ଦାୟିତ୍ଵ ଦିଆଯାଇଥିଲା।

୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସିଇଓ ପଦରୁ ସ୍ୱଇଚ୍ଛାରେ ବାହାରିଯିବା ପାଇଁ ରାଜ୍ୟ ସରକାର ଏବଂ ନିର୍ବାଚନ କମିସନଙ୍କୁ ଜଣାଇଥିଲେ।

ପୂର୍ବତନ ସିଇଓ ଡି.ଏନ୍.ଗୁପ୍ତାଙ୍କ ସ୍ଥାନରେ ପ୍ରମୁଖ ଶାସନ ସଚିବ ପାହ୍ୟାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁରେନ୍ଦ୍ର କୁମାର ୨୦୧୮ ମସିହା ଫେବ୍ରୁଆରି ମାସରେ ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୦୧୮ରେ ଅନୁଷ୍ଠିତ ହୋଇଥିବା ବିଜେପୁର ଉପନିର୍ବାଚନ ଠିକ୍ ପୂର୍ବରୁ ଶ୍ରୀ କୁମାର ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଥିଲେ।

Comment