ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ୍‌ ଖଣ୍ଡେରୀ। ଖଣ୍ଡେରୀ ଦେଶର ସବୁଠୁ ଅତ୍ୟାଧୁନିକ ବୁଡ଼ାଜାହାଜ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହାକୁ ଆଜି ନୌସେନାରେ ସାମିଲ କରାଇଛନ୍ତି।

ଫ୍ରାନ୍ସ ଜ୍ଞାନ କୌଶଳରେ ମୁମ୍ବାଇରେ ନିର୍ମିତ ଏହି ଜାହାଜର ଓଜନ ୧୭ ଶହ ୭୫ ଟନ୍‌। ୬୭.୫ ମିଟର ଲମ୍ବର ଏହି ବୁଡ଼ା ଜାହାଜରେ ୪ଟି ଡିଜେଲ ଇଞ୍ଜିନ୍‌,୩୬୦ଟି ବ୍ୟାଟେରୀ ଖଞ୍ଜା ଯାଇଛି। ଏହା ଛଡ଼ା ୩୫୦ ମିଟର ଗଭୀରରେ ୫୦ଦିନ ଯାଏ ରହିପାରିବ।

ପାଣି ଭିତରେ ଘଣ୍ଟା ପ୍ରତି ୩୭ କିଲୋମିଟର ଗତି କରିପାରିବ। ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି। କାରଣ ଏହି ଜାହାଜ ଯାଉଥିଲା ବେଳେ ଏହାର ଶବ୍ଦ ବାହାରକୁ ଆସିବ ନାହିଁ। ଫଳରେ ଶତ୍ରୁ ପକ୍ଷ ଏହାର ଟେର୍‌ ପାଇବେ ନାହିଁ। ନିଜର କ୍ଷତି ହେବାକୁ ନଦେଇ ଶତ୍ରୁ ପକ୍ଷକୁ ମାତ୍‌ ଦେବାର କ୍ଷମତା ରଖିଛି।

Comment