ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାନ୍‌ କାର୍ଡ ସହ ଆଧାର ଲିଙ୍କ୍ କରିବାର ଅବଧି ବଢ଼ିଛି। କେନ୍ଦ୍ର ସରକାର ତିନି ମାସ ପର୍ଯ୍ୟନ୍ତ ଏହି ଅବଧି ବଢ଼ାଇଛନ୍ତି। ଡିସେମ୍ବର ୩୧ ଡେଡ୍‌ଲାଇନ୍ ରହିଛି।

ଯେଉଁମାନେ ପାନ୍‌ ସହ ଆଧାର ସଂଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଡିସେମ୍ବର ୩୧ ତାରିଖ ଭିତରେ ଲିଙ୍କ୍‌ କରିବାକୁ ସିବିଡିଟି ପକ୍ଷରୁ କୁହାଯାଇଛି।

ସେପ୍ଟେମ୍ବର ୩୦ ତାରିଖ ଯାଏଁ ଡେଡ୍‌ଲାଇନ୍ ରହିଥିଲା। ପାନ୍‌ ସହ ଆଧାର ଲିଙ୍କ୍ ନଥିଲେ ବ୍ୟାଙ୍କରେ ଗ୍ରାହକମାନେ କୌଣସି ଆର୍ଥିକ କାରବାର କରିପାରିବେନି।

Comment