ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। କେତେକ ସ୍ଥାନରେ ବଜ୍ରପାତ ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି।

ପାଣିପାଗ ବୁଲେଟିନ୍‌ ଅନୁଯାୟୀ, କଳାହାଣ୍ଡି, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କଟକ, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ବୌଦ୍ଧରେ ବଜ୍ରପାତ ମାରିବାର ସମ୍ଭାବନା ରହିଛି। ଏହାସହ ସୁନ୍ଦରଗଡ଼ ଓ କେନ୍ଦୁଝରର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ପୂର୍ବାନୁମାନ କରାଯାଇଛି।

ଗତ ୨୪ ଘଣ୍ଟା ଧରି ରାଜ୍ୟରେ ବର୍ଷା ଲାଗି ରହିଛି। କଟକ ନିଆଳିରେ ୧୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ୪ ମିଲିମିଟର ଏବଂ ମୟୂରଭଞ୍ଜ ଜିଲ୍ଲାରେ ୯୮ ମିଲିମିଟର ବର୍ଷ ରେକର୍ଡ କରାଯାଇଛି।

୨୯ ଓ ୩୦ରେ ପଶ୍ଚିମ ଓଡ଼ିଶାରେ ସ୍ଵଳ୍ପ ବର୍ଷା ଓ ଅକ୍ଟୋବର ୧ରୁ ୩ ଯାଏ କାଁ ଭାଁ ବର୍ଷା ହେବ।

LEAVE A REPLY

Please enter your comment!
Please enter your name here