ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବୈଦେଶିକ ବ୍ୟାପାର ସଚିବ ବିଦିଶା ମୈତ୍ର ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଇଥିବା ଭାଷଣର ଜବାବ ଦେଇଛନ୍ତି। ବିଦିଶାଙ୍କ କଡ଼ା ଜବାବ ପରେ ଚାରିଆଡ଼େ ଏବେ ତାଙ୍କରି ଚର୍ଚ୍ଚା ଚାଲିଛି।

ଜାତିସଂଘରେ ଇମ୍ରାନଙ୍କ ମନ୍ତବ୍ୟର ଜବାବ ଦେଇ ବିଦିଶା କହିଥିଲେ, ‘‘ଇମ୍ରାନ ଖାନଙ୍କ ମନ୍ତବ୍ୟ ଅସ୍ଥିରତା, ଅଶାନ୍ତି ସୃଷ୍ଟି ପାଇଁ ଉଦ୍ଧିଷ୍ଟ। ଏମିତି ମନ୍ତବ୍ୟ କୌଣସି ରାଷ୍ଟ୍ରନେତାଙ୍କ ମୁହଁରେ ଶୋଭା ପାଏନି। ପାକିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ଏହାର ପ୍ରମାଣ ଦିଅନ୍ତୁ ଇମ୍ରାନ। ଜାତିସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାଞ୍ଚ ପାଇଁ ରାଜି ହୁଅନ୍ତୁ। ଜାତିସଂଘ ତାଲିକାରେ ଥିବା ୧୩୦ ଆତଙ୍କବାଦୀ ପାକିସ୍ତାନରେ। ତାଲିକାଭୁକ୍ତ ୨୫ଟି ଆତଙ୍କୀ ସଙ୍ଗଠନ ମଧ୍ୟ ପାକିସ୍ତାନରେ। ଇତିହାସକୁ ଭୁଲି ନଯାଇ ୧୯୭୧ ଘଟଣାକୁ ମନେ ପକାନ୍ତୁ।’’

ଏଥିସହ ଲାଡେନଙ୍କ ସହ ଲିଙ୍କ୍‌ ନେଇ ମଧ୍ୟ ଇମ୍ରାନଙ୍କୁ ଘେରିଥିଲେ ବିଦିଶା।

ଜାଣନ୍ତୁ କିଏ ଏହି ମହିଳା

ଜାତିସଂଘରେ ଭାରତୀୟ ବିଦେଶ ମନ୍ତ୍ରାଳୟର ଡେପୁଟି ସେକ୍ରେଟାରୀ ଅଛନ୍ତି ବିଦିଶା। ପଲିସି, ପ୍ଲାନିଙ୍ଗ ଆଣ୍ଡ ରିସର୍ଚ୍ଚ ଡିଭିଜନରେ ସେ ନିଯୁକ୍ତ ଅଛନ୍ତି। ବିଦିଶା ୨୦୦୯ ବ୍ୟାଚ ଆଇଏଫ୍ଏସ୍‌ (ଭାରତୀୟ ବିଦେଶ ସେବା) ଅଫିସର।  ଟ୍ରେନିଂ ସମୟରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ  ବେଷ୍ଟ୍‌ ଅଫିସର ଟ୍ରେନିଂ ଆଓ୍ୱାର୍ଡରେ ସମ୍ମାନିତ ହୋଇଥିଲେ। ୨୦୦୮ରେ ସେ ୩୯ତମ ରାଙ୍କ୍‌ ସହ ସିଭିଲ ସର୍ଭିସ ପରୀକ୍ଷା ପାସ୍‌ କରିଥିଲେ।

Comment