ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଅବଧିରେ ହେଲା ପରିବର୍ତ୍ତନ। ମଙ୍ଗଳବାରଠୁ ଦିନ ୧୦ଟାରୁ ଅପରାହ୍‌ଣ ୪ଟା ଯାଏଁ ଚାଲିବ ବ୍ୟାଙ୍କ କାର୍ଯ୍ୟ। ଗ୍ରାହକମାନଙ୍କ  ସୁବିଧା ପାଇଁ ନୀତିଗତ ଭାବେ ଏହି ନିଷ୍ପତ୍ତି ଲାଗୁ ହେବ।

ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟ ଅବଧି ନେଇ SLBC (ଷ୍ଟେଟ୍ ଲେଭ୍‌ଲ ବ୍ୟାଙ୍କର୍ସ କମିଟି)ରେ ନିଷ୍ପତ୍ତି ନେଇଯାଇଛି। ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ  ସୂଚନା ଦେଇଛନ୍ତି।

ସମାନ ସମୟ ଅବଧି ପାଳନ ପାଇଁ ଘରୋଇ ବ୍ୟାଙ୍କକୁ ବି ଅନୁରୋଧ କରାଯାଇଛି। ପୂର୍ବରୁ  ବିଭିନ୍ନ ବ୍ୟାଙ୍କର ଭିନ୍ନ ଭିନ୍ନ କାର୍ଯ୍ୟ ଅବଧି ଥିଲା।

ଏହାଛଡ଼ା ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟକ ବ୍ୟାଙ୍କ ଶାଖା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ୬ଟି ଜିଲ୍ଲାରେ ବ୍ୟାଙ୍କଗୁଡ଼ିକ ଶହେ ପ୍ରତିଶତ ଡିଜିଟାଲାଇଜେସନ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଖୋଦ୍ଧା ବଲାଙ୍ଗିର।

Comment