ଓଡ଼ିଶାଲାଇଭ ବ୍ୟୁରୋ

କର୍ତ୍ତାରପୁର କରିଡର ଉତ୍ସବକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବ ପାକିସ୍ତାନ ସରକାର। ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ସୂଚନା ଦେଇଛନ୍ତି।

ସେ ପାକିସ୍ତାନର ଏକ ଟିଭି ଚ୍ୟାନେଲରେ କହିଛନ୍ତି, “କର୍ତ୍ତାରପୁର କରିଡର ଉଦଘାଟନୀ ଉତ୍ସବ ବହୁତ ଧୁମ୍‌ଧାମରେ କରାଯିବ। ଏହି ଉତ୍ସବରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହକୁ ଆମେ ନିମନ୍ତ୍ରଣ କରିବୁ। କାରଣ ସେ ଶିଖ୍‌ ଧର୍ମର। ମୋନମୋହନ ସିଂହଙ୍କ ଧର୍ମ ଉପରେ ଜ୍ଞାନ ଓ ବିଶ୍ଵାସ ରହିଛି। ତାଙ୍କୁ ଆମେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ନିମନ୍ତ୍ରଣ ଦେବୁ।”

ତେବେ ପାକିସ୍ତାନର ଏଭଳି ମନମୋହନ ସିଂହ ପ୍ରେମକୁ ନେଇ ଏବେ ଚିନ୍ତାରେ କଂଗ୍ରେସ। ପୂର୍ବରୁ ମଧ୍ୟ ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେଇ କିଛି କଂଗ୍ରେସ ନେତା ବିବାଦକୁ ଆସିଥିଲେ।

ଏହି କରିଡର କର୍ତ୍ତାରପୁରସ୍ଥିତ ଦରବାର ସାହିବ ସହ ପଞ୍ଜାବ ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକ ସହ ଯୋଡ଼ି ହେବ। ଏହିଠାରେ ହିଁ ଶିଖ୍‌ ଶ୍ରଦ୍ଧାଳୁମାନେ କର୍ତ୍ତାରପୁରକୁ ଦେଖି ପାରିବେ। ହେଲେ କର୍ତ୍ତାରପୁର ଯିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ପରମିଟ ନେବାକୁ ପଡ଼ିବ। ଭାରତୀୟ ଶ୍ରଦ୍ଧାଳୁମାନଙ୍କ ପାଇଁ ପାକିସ୍ତାନ ଏହି କରିଡର ୯ ନଭେମ୍ଵରକୁ ଖୋଲିବ।

Comment