ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବର୍ତ୍ତମାନ ଟ୍ରାଫିକ୍ ନିୟମକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ନିୟମ ଦେଖିବାକୁ ମିଳୁଛି। ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବାପରେ ଟ୍ରାଫିକ୍ ନିୟମ ବେଶ୍ କଡ଼ାକଡ଼ି ଭାବରେ ପାଳନ କରାଯାଉଛି। ତେବେ ଆସନ୍ତା ଅକ୍ଟୋବର ୧ ତାରିଖରୁ ସାରା ଦେଶରେ ଡ୍ରାଇଭିଂ ଲାଇସେନ୍ସକୁ ନେଇ ଏକ ନୂଆ କଥା ଦେଖିବାକୁ ମିଳିବ।

ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟର ଡିଏଲ୍ କାର୍ଡ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଅଲଗା ଅଲଗା ରହିଥିଲା। ତେବେ ବର୍ତ୍ତମାନ ନୂଆ ନିୟମ ଅନୁସାରେ ଦେଶର ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଗୋଟିଏ ପ୍ରକାର କରାଯିବା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନୂଆ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟରେ ମାଇକ୍ରୋଚିପ୍ ଓ କ୍ୟୁ.ଆର୍ କୋର୍ଡ ଦେଖିବାକୁ ମିଳିବ। ଯାହା ସମସ୍ତ ରାଜ୍ୟ ପାଇଁ ଗୋଟିଏ ପ୍ରକାରର ହେବ। କାର୍ଡରେ ଥିବା ମାଇକ୍ରୋଚିପରେ ଡ୍ରାଇଭର ପୂର୍ବରୁ କରିଥିବା ସମସ୍ତ ଟ୍ରାଫିକ୍ ନିୟମ ଉଂଲଘନର ବିବରଣୀ ଜାଣିହେବ। ଏହି ମାଇକ୍ରୋଚିପରେ ଡ୍ରାଇଭରର ୧୦ବର୍ଷର ସମସ୍ତ ଡାଟା ସଂରକ୍ଷିତ ହୋଇରହିପାରିବ।

ଏହାସହ ନୂଆ ରେଜିଷ୍ଟ୍ରସନ ସାର୍ଟିଫିକେଟ୍ କାର୍ଡର ମାଇକ୍ରୋଚିପରେ ଗାଡିର ରେଜିଷ୍ଟ୍ରେସନ ନମ୍ବର ସହ ଗାଡି ମାଲିକ, ଗାଡ଼ି ଇଞ୍ଜିନର ବିବରଣୀ ସହ କେଉଁ ପ୍ରକାରର ଗାଡ଼ି ତାହାର ସମସ୍ତ ବିବରଣୀ ସଂରକ୍ଷିତ ହୋଇ ରହିପାରିବ।

ନୂଆକରି ପ୍ରଚଳନ ହେବାକୁ ଥିବା ଏହି କାର୍ଡରେ ପୂର୍ବ ଅପେକ୍ଷା ନିଶ୍ଚିତପକ୍ଷେ ଅଧିକ ବିବରଣୀ ମିଳିପାରିବ।

Comment