ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ ଅନ୍‌ଲାଇନ୍‌ରେ ହେଉଥିବା ବ୍ୟାଙ୍କ ସମ୍ବନ୍ଧୀୟ ଠକେଇରୁ କେମିତି ନିଜକୁ ସୁରକ୍ଷିତ ରଖିବେ।

  • କାହାରିକୁ ନିଜର ବ୍ୟାଙ୍କ, ଇନକମ ଟ୍ୟାକ୍ସ, ଇନସୁରାନ୍ସ ଏକାଉଣ୍ଟର ତଥ୍ୟଫୋନ, ଇମେଲ ଓ ମେସେଜ ମାଧ୍ୟମରେ ଦିଅନ୍ତୁ ନାହିଁ।
  • ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀକୌଣସି ବ୍ୟାଙ୍କ କିମ୍ବା ବୀମା କମ୍ପାନିର ଅଧିକାରୀ ଆପଣଙ୍କୁ ବ୍ୟାଙ୍କ ଜନିତ ତଥ୍ୟ କୌଣସି ପରିସ୍ଥିତିରେ ଫୋନ ଯୋଗେ ମାଗିବେ ନାହିଁ।
  • ଆପଣ ଆପଣଙ୍କ ୧୬ ଟିକିଆ ଏଟିଏମ କାର୍ଡ, କାର୍ଡର ସମୟସୀମା, ପଛପଟେ ଲେଖାଥିବା ୩ ଟିକିଆ ସିଭିଭି ନମ୍ବର, ଓଟିପି କାହାକୁ ଦିଅନ୍ତୁ ନାହଁ।
  • ବ୍ୟାଙ୍କ ଆକାଉଣ୍ଟକୁ ମୋବାଇଲ ଓ ମେଲ ସହ ଯୋଡ଼ନ୍ତୁ। ଯାହାଦ୍ୱାରା ଆପଣ ବ୍ୟାଙ୍କ ଜନିତ ଖବର ସଙ୍ଗେ ସଙ୍ଗେ ପାଇ ପାରିବେ।
  • ଅନଲାଇନ ବ୍ୟାଙ୍କିଂ ପାସଓ୍ୱାର୍ଡ ମଝିରେ ମଝିରେ ବଦଳାନ୍ତୁ। ଇଣ୍ଟରନେଟ ବା କୋର ବ୍ୟାକିଂ ନଥିବା ବ୍ୟାଙ୍କରେ ଆକାଉଣ୍ଟ ଖୋଲନ୍ତୁ ନାହିଁ।
  • ମାଗଣା ଓ୍ୱାଇଫାଇ (wi-fi) ଜୋନ୍‌ରେ ନିଜର ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ ତଥା କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡର ତଥ୍ୟ ଦିଅନ୍ତୁ ନାହିଁ।
  • ବ୍ୟାଙ୍କିଙ୍ଗ ଜନିତ user ID ଓ password ତଥା ଏଟିଏମ ପିନ୍ ନମ୍ବରକୁ ନିଜ ମୋବାଇଲ ଫୋନ୍, ଇ-ମେଲ୍ କିମ୍ବା ପର୍ସରେ ରଖନ୍ତୁ ନାହିଁ।  Online Bankingର password ତଥା ଏଟିଏମ ପିନ୍‌ ନମ୍ବରକୁ ମଝିରେ ମଝିରେ ବଦଳାଇ ଦିଅନ୍ତୁ।

Comment