ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟର ଦୁଇଟି ବିଶ୍ଵବିଦ୍ୟାଳୟରେ କୁଳପତି ନିଯୁକ୍ତି ହୋଇଛନ୍ତି। ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ନିଯୁକ୍ତି ହୋଇଥିବା ବେଳେ ପ୍ରଫେସର ହରିହର ହୋତା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ହୋଇଛନ୍ତି।

ପୂର୍ବରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ଥିବା ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ସ୍ଥାନରେ ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣିଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ପୂର୍ବରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ କୁଳପତି ଥିବା ପ୍ରଫେସର ରାଧାମାଧବ ଦାସଙ୍କ ସ୍ଥାନରେ ପ୍ରଫେସର ହରିହର ହୋତାଙ୍କୁ ନିଯୁକ୍ତି ମିଳିଛି।

Comment