ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ସବୁ ସରକାରୀ ବ୍ୟାଙ୍କର ସମୟ ସକାଳ ୧୦ରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ। ଗ୍ରାହକମାନଙ୍କ  ସୁବିଧା ପାଇଁ ନୀତିଗତ ଭାବେ ଏହି ନିଷ୍ପତ୍ତି ଲାଗୁ ହୋଇଛି।

ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟ ଅବଧି ନେଇ SLBC (ଷ୍ଟେଟ୍ ଲେଭ୍‌ଲ ବ୍ୟାଙ୍କର୍ସ କମିଟି)ରେ ନିଷ୍ପତ୍ତି ନିଆଯାଇଛି।

ସମାନ ସମୟ ଅବଧି ପାଳନ ପାଇଁ ଘରୋଇ ବ୍ୟାଙ୍କକୁ ବି ଅନୁରୋଧ କରାଯାଇଛି। ପୂର୍ବରୁ  ବିଭିନ୍ନ ବ୍ୟାଙ୍କର ଭିନ୍ନ ଭିନ୍ନ କାର୍ଯ୍ୟ ଅବଧି ଥିଲା।

ଏହାଛଡ଼ା ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟକ ବ୍ୟାଙ୍କ ଶାଖା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ୬ଟି ଜିଲ୍ଲାରେ ବ୍ୟାଙ୍କଗୁଡ଼ିକ ଶହେ ପ୍ରତିଶତ ଡିଜିଟାଲାଇଜେସନ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଖୋଦ୍ଧା ବଲାଙ୍ଗିର।

Comment