ଓଡ଼ିଶାଲାଇଭ୍ ବ୍ୟୁରୋ

ଫନି ପରବର୍ତ୍ତୀ ଥଇଥାନ ପାଇଁ ବାହାରିନ୍‌ ଓଡ଼ିଆ ସମାଜ ସହାୟତାର ହାତ ବଢ଼ାଇଛି। ବାହାରିନ୍‌ର ପ୍ରବାସୀ ଓଡ଼ିଆମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ବାହାରିନ୍‌ ଓଡ଼ିଆ ସମାଜ ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଅର୍ଥରାଶି ପ୍ରଦାନ କରିଛନ୍ତି।

ନିକଟରେ ବାହାରିନ୍‌ ଓଡ଼ିଆ ସମାଜ ବାହାରିନ୍‌ରେ ସାମୁଦ୍ରିକ ଝଡ଼ ଫନି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତିକୁ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହାସହ ଏପ୍ରିଲ ୧୨ରେ ବହୁ ଆଡ଼ମ୍ବରରେ ଉତ୍କଳ ଦିବସ ପାଳନ କରାଯାଇଥିଲା। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଭାରତୀୟ ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହ ଏହି ସମାରୋହକୁ ଉଦ୍‌ଘାଟନ କରିଥିଲେ।

ଚଳିତବର୍ଷ ବାହାରିନ୍‌ ଓଡ଼ିଶା ସମାଜ ପକ୍ଷରୁ ରଥଯାତ୍ରା ମଧ୍ୟ ପାଳନ କରାଯାଇଥିଲା। ରଥଯାତ୍ରା ଅବସରରେ ବାହାରିନ୍‌ରେ ଥିବା ଶ୍ରୀନାଥ ଜୀ ମନ୍ଦିର ପରିସରରେ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା। ପାଖାପାଖି ୭ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

୨୨ବର୍ଷ ପୂର୍ବେ ଅରୁଣ କୁମାର ପ୍ରହରାଜଙ୍କ ଦ୍ୱାରା ବାହାରିନ୍‌ ଓଡ଼ିଆ ସମାଜ ସ୍ଥାପିତ ହୋଇଥିଲା। ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଏହି ସମାଜ ଗଠନ ହୋଇଥିଲା।

1 COMMENT

  1. Excellent initiative. by Mr Arun Kumar Praharaj . I feel proud for my Odiya people those who are staying at Baharin Mr Praharaj is the best organiser of odia people at Baharin. Govt should recognise his efforts give Award to him for his contributions. Ganesh Raula , Senior Officer , DRDO

Comment