ଓଡ଼ିଶାଲାଇଭ ବ୍ୟୁରୋ

କଟକ ବାଙ୍କୀସ୍ଥିତ କୂଅମଡ଼ା ଜଙ୍ଗଲରେ ହାତୀ ମୃତ୍ୟୁର କାରଣ ହାର୍ପିସ ଭୂତାଣୁ ବୋଲି ଜଣାପଡ଼ିଛି। ହାତୀର ପୋଷ୍ଟମର୍ଟମରୁ ହର୍ପିସ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ପ୍ରାଣୀ ବିଶେଷଜ୍ଞ ସୁଶେନ ପଣ୍ଡା।

ହାତୀମାନେ ପଲରେ ରହୁଥିବାରୁ ଅନ୍ୟ ହାତୀଙ୍କୁ ହାର୍ପିସ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ବିଶେଷ କରି ଛୁଆ ହାତୀଙ୍କୁ ଏହି ଭାଇରସ ଅଧିକ ଆକ୍ରାନ୍ତ କରିପାରେ। ବନ ବିଭାଗ ଏପରି ହାତୀଙ୍କୁ ଚିହ୍ନଟ କରି ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ ବୋଲି ପ୍ରାଣୀ ବିଶେଷଜ୍ଞ କହିଛନ୍ତି।

ପୂର୍ବରୁ ହାର୍ପିସ ଆକ୍ରାନ୍ତରେ ନନ୍ଦନକାନନରେ ୪ ହାତୀଙ୍କର ମୃତ୍ୟୁ ହୋଇଥିଲା। ଏଭଳି ହାର୍ପିସ ଆକ୍ରାନ୍ତରେ ହାତୀମାନଙ୍କର ମୃତ୍ୟୁ ବନ ବିଭାଗର ଚିନ୍ତାର କାରଣ ପାଲଟିଛି।

Comment