ଓଡ଼ିଶାଲାଇଭ ବ୍ୟୁରୋ

ଗାନ୍ଧୀ ଜୟନ୍ତୀ ଅର୍ଥାତ ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ସ୍ଥାନରେ ପ୍ଲାଷ୍ଟିକ ବ୍ୟାନ ଉପରେ କଟକଣା ଲାଗିବ। ନିକଟରେ ରାଜ୍ୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଥିଲେ।

କାଲିଠୁ ରାଜ୍ୟରେ ଯେକୌଣସି ମୋଟେଇ ଆକାରର ପଲିଥିନ ବ୍ୟାଗ, ଘର ସାଜସଜ୍ଜା ପାଇଁ ପ୍ଲାଷ୍ଟିକ ଫୁଲକୁଣ୍ଡ ଓ ଅନ୍ୟ ସାମଗ୍ରୀ, ଥରେ ବ୍ୟବହୃତ ହୋଇଥିବା ଥର୍ମୋକୁଲ ପ୍ଲାଷ୍ଟିକ ଥାଳି, ଚାମଚ ଓ ପ୍ଲେଟ, ୨୦୦ ମିଲି ଲିଟରରୁ କମ୍‌ ପଲିଥିନ ଟେରିଫଥାଲେଟ ପାଣି ବୋତଲ ଆଦି ବ୍ୟବହାର ଉପରେ କଟକଣା ଲାଗିବ।

ତେବେ ଆସନ୍ତାକାଲିଠୁ ଏହି ବ୍ୟାନ ଉପରେ କଟକଣା ଲାଗିବ ବୋଲି ରାଜ୍ୟ ପରିବେଶ ବିଭାଗ ନିର୍ଦ୍ଦେଶକ କେ. ମୁରୁଗେସାନ ସୂଚନା ଦେଇଛନ୍ତି। ଯଦି ଏହାକୁ କୌଣସି ବ୍ୟକ୍ତି କିମ୍ଵା ବ୍ୟବସାୟୀ ଅମାନ୍ୟ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିୟମ ଖିଲାପ କଲେ ୫ ବର୍ଷ ଜେଲ ଓ ୧ଲକ୍ଷ ଟଙ୍କା ଜରିମାନ ଆଦାୟ କରାଯିବ।

ଏହି ଭଳି ଗତବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ହୋଇଥିଲେ। ରାଜ୍ୟର ୬ଟି ପ୍ରମୁଖ ସହର ଭୁବନେଶ୍ଵର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ଵଲପୁରରେ ଏହି କଟକଣା ଲାଗିଥିଲା।

LEAVE A REPLY

Please enter your comment!
Please enter your name here