ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ବଡ଼ ପରଦାକୁ ଆସୁଛି ସିଦ୍ଧାର୍ଥ ମଲହୋତ୍ରା ଓ ରିତେଶ ଦେଶମୁଖଙ୍କ ଅଭିନୀତ ଫିଲ୍ମ ‘ମରଜାୱାଂ’। ବେଶ କିଛି ଦିନପରେ ପୁଣିଥରେ ଏହି ଯୋଡ଼ିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ।

ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଦର୍ଶକ ଫିଲ୍ମର ଟ୍ରେଲରକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଟ୍ରେଲରରେ ସଦ୍ଧାର୍ଥ ମଲହୋତ୍ରା ଜଣେ ମାରପିଟ୍ କରୁଥିବା ଯୁବକ ଭାବେ ଦେଖିବାକୁ ମିଳୁଛି। ଏହାପରେ ସେ ନାୟିକାଙ୍କ ପ୍ରେମରେ ପଡ଼ିଯାଉଥିବା ଦେଖିବାକୁ ମିଳିଛି।

ସେହିପରି ଏତିରେ ଦର୍ଶକ ଖଳନାୟକ ଭାବେ ରିତେଶ ଦେଶମୁଖଙ୍କୁ ଦେଖିବାକୁ ପାଇବେ। ଫିଲ୍ମରେ ରିତେଶ ଜଣେ ବାମନ ଚରିତ୍ରରେ ନଜର ଆସୁଛନ୍ତି।  ପୂର୍ବରୁ ମଧ୍ୟ ରିତେଶ ଓ ସିଦ୍ଧାର୍ଥଙ୍କ ‘ଏକ୍ ଭିଲେନ’ରେ ଏକାଠି କାମ କରିସାରିଛନ୍ତି।

ଫିଲ୍ମରେ ନାୟିକା ଭାବେ ଅଭିନେତ୍ରୀ ତାରା ସୂତାରିଆ ନଜର ଆସିବେ। ଏହାସହ ଅଭିନେତ୍ରୀ ରାକୁଲ ପ୍ରୀତ୍ ସିଂହଙ୍କୁ ମଧ୍ୟ ଦର୍ଶକ ଏହି ଫିଲ୍ମରେ ଦେଖିବାକୁ ପାଇବେ। ଫିଲ୍ମକୁ ଟି-ସିରିଜ୍ କମ୍ପାନି ପ୍ରଯୋଜନା କରୁଥିବାବେଳେ ମିଲାପ ଜାଭେରୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

ଫିଲ୍ମରେ ଦର୍ଶକ ଜବରଦସ୍ତ ଆକ୍ସନ ସାଙ୍ଗକୁ ରୋମାଣ୍ଟିକ ପ୍ରେମ କାହାଣୀ ଦେଖିବାକୁ ପାଇବେ। ଫିଲ୍ମଟି ଆଗାମୀ ନଭେମ୍ବର ମାସ ୮ ତାରିଖରେ ରିଲିଜ ହେବାକୁ ଯାଉଛି।

 

Comment