ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଆଇଟି ମାଡ୍ରାସରେ ଦେଇଥିବା ଭାଷଣର ପ୍ରସାରଣ ରୋକିବାରୁ ଚେନ୍ନାଇ ଦୁରଦର୍ଶନ କେନ୍ଦ୍ରର ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ବ୍ୟକ୍ତି ଜଣକ ହେଲେ ଚେନ୍ନାଇ ଦୁରଦର୍ଶନ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଆର ବସୁମଥୀ। ପ୍ରସାର ଭାରତୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଧିନରେ ଆର ବସୁମଥୀଙ୍କୁ ନିଲମ୍ବିତ କରିଛି।

ପ୍ରସାର ଭାରତୀ ପକ୍ଷରୁ ଜାରୀ ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ସିଭିଲ ସର୍ଭିସ ନିୟମ ୧୯୬୫ ଅନୁଯାୟୀ ବସୁମଥୀଙ୍କୁ ନିଜ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତେବେ ନିଲମ୍ବନର କାରଣ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଲେଖାଯାଇନି। କେବଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭାବେ ବସୁମଥୀଙ୍କୁ ନିଲମ୍ବିତ କରାଯାଇଛି।

ଗତ ସେପ୍ଟେମ୍ବର ୩୦ରେ ଆଇଆଇଟି ମାଡ୍ରାସରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଥିଲେ। ତେବେ ବରିଷ୍ଠ ଅଧିକାରୀମାନେ ଡିଡି ପୋଡିଗଈ ଟିଭିରେ ପ୍ରସାରଣ ପାଇଁ ଅନୁମତି ଦେଇଥିଲେ। ହେଲେ ସହକାରୀ ନିର୍ଦ୍ଦେଶକ ଆର ବସୁମଥୀ ଏହି ପ୍ରସାରଣକୁ ରୋକିଥିବା ଶୁଣିବାକୁ ମିଳୁଛି।

Comment