ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋହନଦାସ କରମଚାନ୍ଦ ଗାନ୍ଧୀ, ଯାହାକୁ ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ନାମରେ ଜାଣେ। ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାକୁ ନିଜର ଅସ୍ତ୍ର କରି ନେଇଥିଲେ। ଏପରି ଅସ୍ତ୍ର ଯାହା ବ୍ରିଟିଶ ସାମ୍ରାଜ୍ୟକୁ ବି ଧ୍ୱଂସ କରିଦେଇଥିଲା। ଆଜି ମହାନ ପୁରୁଷଙ୍କ ୧୫୦ ଜନ୍ମ ଜୟନ୍ତୀ। ଏହି ଅବସରରେ ଆସନ୍ତୁ ଜାଣିବା ବାପୁଜୀଙ୍କ ଜୀବନୀ ଉପରେ ନିର୍ମିତ କେତେକ ଫିଲ୍ମ ବିଷୟରେ।

ଗାନ୍ଧିଜୀଙ୍କ ଜୀବନ ଉପରେ ବହୁତଗୁଡ଼ିଏ ଫିଲ୍ମ ନିର୍ମିତ। ଏହି ଫିଲ୍ମଗୁଡ଼ିକରେ ଗାନ୍ଧୀଙ୍କ ଜୀବନର ବିଭିନ୍ନ ପାର୍ଶ୍ୱକୁ ଦର୍ଶାଯାଇଛି।

-୧୯୮୨ ମସିହାରେ ରିଲିଜ୍ ହୋଇଥିଲା ଚାର୍ଡ ଏଟନ୍ ବରୋଙ୍କ ଇଂରାଜୀ ଭାଷୀ ଫିଲ୍ମ ‘ଗାନ୍ଧୀ’। ଏହି ଫିଲ୍ମରେ ବେନ୍ କିନ୍‌ସେଲ୍‌ଙ୍କୁ ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ଗାନ୍ଧୀଜୀଙ୍କର ‘ଚମ୍ପାରଣ ଆନ୍ଦୋଳନ’କୁ ଦର୍ଶାଯାଇଥିଲା। ଏହି ଫିଲ୍ମଟିକୁ ଓସ୍କାର ପୁରସ୍କାର ମିଳିଥିଲା।

୧୯୯୩ରେ ଆସିଥିଲା କେତନ ମେହେତା ନିର୍ଦ୍ଦେଶିତ “ସର୍ ଦାର୍”। ଏଥିରେ ଗାନ୍ଧୀଙ୍କ ଚରିତ୍ରଟି ଅଭିନେତା ଅନ୍ନୁ କପୁର କରିଥିବାବେଳେ ପରେସ୍ ରାଓ୍ୱଲଙ୍କୁ ସରଦାର୍ ବଲ୍ଲଭଭାଇ ପଟେଲ୍ଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ଗାନ୍ଧୀଜୀ ଓ ସରଦାର୍ ପଟେଲଙ୍କ ମଧ୍ୟରେ ଥିବା ସଂପର୍କ ଏବଂ ବିଚାରରେ ମତଭେଦକୁ  ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇଛନ୍ତି।

– ୧୯୯୬ରେ ନିର୍ମିତ ହୋଇଥିଲା ‘ଦି ମେକିଙ୍ଗ ଅଫ୍ ଗାନ୍ଧୀ’ ସିନେମା। ଶ୍ୟମ୍ ବେନେଗାଲ୍ ଏହାର ନିର୍ଦ୍ଦେଶନା ଦେଇଥିଲେ। ମୋହନଦାସ କରମଚାନ୍ଦ ଗାନ୍ଧୀ କିପରି ମହାତ୍ମା ଗାନ୍ଧୀ ହେଲେ ଏହି ସିନେମାରେ ଦେଖିବାକୁ ମିଳିଛି। ଅଭିନେତା ରଜତ କପୁର ଏଥିରେ ଗାନ୍ଧୀ ଭୂମିକାରେ ଥିଲେ।

-୨୦୦୬ରେ ଆସିଥିଲା ରାଜକୁମାର ହିରାନୀଙ୍କର ସୁପରହିଟ୍ ଫିଲ୍ମ “ଲଗେ ରହୋ ମୁନ୍ନାଭାଇ”।  ଏଥିରେ ମୁନ୍ନାଭାଇ ଗାନ୍ଧୀଜୀଙ୍କ ଅହିଂସା ପଥକୁ ଆପଣେଇଥିବା ଦେଖିବାକୁ ମିଳିଥିଲା। ମୁନ୍ନାଭାଇ ଚରିତ୍ରରେ ସଂଜୟ ଦତ୍ତ ଅଭିନୟ କରିଥିଲେ। ଦିଲ୍ଲୀପ ପ୍ରଭାବଲକର୍ ଗାନ୍ଧୀଜୀ ହୋଇଥିଲେ।

–  ଲଗେ ରହୋ ମୁନ୍ନାଭାଇ  ଫିଲ୍ମର ଠିକ୍ ପର ବର୍ଷ , ୨୦୦୭ରେ ରିଲିଜ୍ ହୋଇଥିଲା “ଗାନ୍ଧୀ ମାଇ ଫାଦର୍” ଫିଲ୍ମ। ଏଥିରେ ଗାନ୍ଧୀଜୀଙ୍କ ଜୀବନର ଦୁଃଖଦ ପ୍ରସଙ୍ଗକୁ ପ୍ରତିଫଳିତ କରାଯାଇଥିଲା। ଗାନ୍ଧୀଜୀ ଆଉ ତାଙ୍କ ପୁଅ ହରିଲାଲ୍ ଙ୍କ ସଂପର୍କର କାହାଣୀ ରହିଛି  ଗାନ୍ଧୀ ମାଇ ଫାଦର୍ ଫିଲ୍ମରେ। ଫିରୋଜ ଆବାସ୍ ମସ୍ତାନ ନିର୍ଦ୍ଦେଶିତ ସିନେମାଟି ଜାତୀୟ ପୁରସ୍କାର ପାଇଥିଲା। ଦର୍ଶନ ଜରିଓ୍ୱାଲା ଏଥିରେ ଗାନ୍ଧିୀଜୀଙ୍କ ଚରିତ୍ରରେ ନଜର ଆସିଥିଲେ।

Comment