ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ଅଭିନେତ୍ରୀ ଶୀତଲଙ୍କ ପ୍ରେମରେ କେବେ ଯୋଗୀ ତ, ଆଉ କେବେ ପ୍ରେମରୋଗୀ ହୋଇପଡ଼ିଛନ୍ତି ଅଭିନେତା ବାବୁସାନ। ଏହାସହ ତାଙ୍କୁ ଦେଖି ଗୀତ ମଧ୍ୟ ଗାଇବାକୁ ଆରମ୍ଭ କରିଦେଇଛନ୍ତି ଅଭିନେତା ବାବୁସାନ। ବାବୁସାନଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର ମଜନୁ’ର ଆଉ ଏକ ନୂଆ ଗୀତରେ ଆପଣ ଏମିତି କିଛି ଦେଖିବାକୁ ପାଇବେ।

ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ର ଆଉ ଏକ ରୋମାଣ୍ଟିକ ଗୀତ ମଙ୍ଗଳବାର ରିଲିଜ ହୋଇଛି। ଗୀତରେ ଅଭିନେତା ବାବୁସାନଙ୍କ ସହ ଏକ ରୋମାଣ୍ଟିକ ଗୀତରେ ନଜର ଆସୁଛନ୍ତି ଅଭିନେତ୍ରୀ ଶୀତଲ। ଗୀତଟିର ନାଁ ରହିଛି ‘ତୋ ପ୍ରେମରୋଗୀ’।

ଫିଲ୍ମରେ ଦୁଇଜଣ ହିରୋ ଆଉ ହିରୋଇନଙ୍କୁ ଦର୍ଶକ ସୁନ୍ଦର ଗେଟଅପରେ ଦେଖିବାକୁ ପାଇବେ। ଏହାସହ ଏହି ଗୀତର ଲୋକେସନ୍ ମଧ୍ୟ ବହୁତ ସୁନ୍ଦର ରହିଛି। ଏହିଗୀତକୁ ଋତୁରାଜ ମହାନ୍ତିଙ୍କ ସହ ସୋହିନୀ ମିଶ୍ର ଗାଇଥିବାବେଳେ ଏହି ଗୀତକୁ ଲେଖିଛନ୍ତି ବାପୁ ଗୋସ୍ୱାମୀ।

ଆଗାମୀ ଦଶହରା ଅବସରରେ ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମିତ ହୋଇଛି ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’। ଏଥିରେ ବାବୁସାନଙ୍କ ସହ ତିନିଜଣ ଅଭିନେତ୍ରୀ ନଜର ଆସିବେ। ପୂର୍ବରୁ ମଧ୍ୟ ଏହି ଫିଲ୍ମର ଗୀତ ରିଲିଜ ହୋଇସାରିଛି। ଯାହାକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି।

Comment