ଓଡ଼ିଶାଲାଇଭ୍ ବ୍ୟୁରୋ

ଲକ୍ଷ୍ନୌ ଓ ଦିଲ୍ଲୀ ମଧ୍ୟରେ ଗମନାଗମନର ସୁବିଧା ପାଇଁ ରେଳ ବିଭାଗ ତେଜସ୍ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। ଯାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି। ଆଇଆରସିଟିସି ପକ୍ଷରୁ କରଯାଇଥିବା ନୂଆ ଘୋଷଣା ଅନୁସାରେ ଯାତ୍ରୀମାନଙ୍କୁ ବୀମା ପ୍ରଦାନ ସହିତ ଦିଆଯିବ ଏକ ସ୍ୱତନ୍ତ୍ର ସୁବିଧା ।

ଯଦି କୌଣସି କାରଣ ବଶତଃ ଟ୍ରେନ୍ ଆସିବାରେ ବିଳମ୍ବ ହୁଏ ତେବେ ଯାତ୍ରୀମାନଙ୍କୁ ମିଳିବ କ୍ଷତିପୂରଣ। ଟ୍ରେନ୍ ଆସିବାରେ ୧ ଘଣ୍ଟା ବିଳମ୍ବ ହେଲେ ରେଳ ବିଭାଗ ତରଫରୁ ଯାତ୍ରୀମାନଙ୍କୁ ୧୦୦ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିୟମ ରହିଛି। ସେହିଭଳି ଟ୍ରେନ୍ ଆସିବାରେ ୨ ଘଣ୍ଟା ବିଳମ୍ବ ହେଲେ ଯାତ୍ରୀମାନେ ପାଇବେ ୨୫୦ଟଙ୍କାର କ୍ଷତିପୂରଣ ।

ଏହି ଟ୍ରେନ୍‌ଟି ଅକ୍ଟୋବର ୫ରେ ଗଡ଼ିବ। ଦିଲ୍ଲୀରୁ ଲକ୍ଷ୍ନୌ ସପ୍ତାହକୁ ୬ ଥର ଯାତାୟାତ କରିବ।

“ତେଜସ୍ ଏକ୍ସପ୍ରେସ୍” ହେଉଛି ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ପ୍ରଥମ ଟ୍ରେନ୍। ଆଇଆରସିଟିସିକୁ ଏହାର ସଂପୂର୍ଣ୍ଣ ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଭଳି ଆହୁରି କେତେଗୁଡ଼ିଏ ଟ୍ରେନ୍ ଦେଶର ବିଭିନ୍ନ ସ୍ଥାନରେ ଚଲାଇବା ପାଇଁ ରେଳ ବିଭାଗ ଯୋଜନା କରିଛି।

ତେଜସରେ ଥିବା କେତେକ ସ୍ୱତନ୍ତ୍ର ସୁବିଧା :

୧. ତଥ୍ୟ ପ୍ରଦାନ ଏବଂ ମନୋରଞ୍ଜନ ପାଇଁ ରହିଛି ସ୍ୱତନ୍ତ୍ର ଏଲଇଡି ସ୍କ୍ରିନ୍ । ଏହାକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରିପାରିବେ ଯାତ୍ରୀ ।

୨. ଅନ୍ ବୋର୍ଡ଼ ୱାଇଫାଇ ସୁବିଧା ।

୩. ଆରାମଦାୟକ ସିଟ୍ ସାଙ୍ଗକୁ ରହିଛି ମୋବାଇଲ ଚାର୍ଜ ପାଇଁ ପ୍ଲଗ୍ ।

୪. ରାତିରେ ପଢିବା ପାଇଁ ବ୍ୟକ୍ତିଗତ ରିଡିଙ୍ଗ୍ ଲାଇଟ ।

୫. ବାୟୋ ଟଏଲେଟ୍ ସାଙ୍ଗକୁ ସେନସର୍ ଯୁକ୍ତ ଟ୍ୟାପ୍ ।

Comment