ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମସଙ୍ଗର ଫୋଲ୍‌ଡେଡ୍‌ ସ୍ମାର୍ଟଫୋନ ‘ଗାଲାକ୍ସି ଫୋଲ୍‌ଡ’ ଭାରତରେ ଲଞ୍ଚ ହୋଇଯାଇଛି। ଗତ ପେବ୍ରୁଆରୀ ମାସରେ ଏହାକୁ ବିଶ୍ୱସ୍ତରରେ ରିଲିଜ କରାଯାଇଥିଲା। ତେବେ ଏହାର ସ୍କ୍ରିନ୍ ଭାଙ୍ଗିଯିବାର ସମସ୍ୟା ଦେଖାଦେବା ଫଳରେ ଏହାକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଏହାକୁ ଭାରତରେ ଲଞ୍ଚ କରାଯାଇଛି।

ଭାରତରେ ‘ଗାଲାକ୍ସି ଫୋଲ୍‌ଡ’ ସ୍ମାର୍ଟଫୋନର ମୂଲ୍ୟ ୧ ଲକ୍ଷ ୬୪ ହଜାର ୯୯୯ ଟଙ୍କା। ଏହାର ଗୋଟିଏ ମାତ୍ର ଭାରିଏଣ୍ଟ ରହିଛି। ଯେଉଁଥିରେ ୧୨ ଜିବି ରାମ୍‌ ଥିବା ବେଳେ ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌ ଦେଇଛି ୫୧୨ ଜିବି। ଏହି ସ୍ମାର୍ଟଫୋନର ସବୁଠାରୁ ଖାସ୍‌ କଥା ହେଉଛି, ଏହାର ସ୍କ୍ରିନ୍‌କୁ ଫୋଲ୍‌ଡ କରି ହେବ। ବିନା ଫୋଲ୍‌ଡରେ ଏହା ଏକ ଟାବ୍‌ଲେଟ୍‌ ଭଳି ଦେଖାଯିବ। ସେହିପରି ଫୋଲ୍‌ଡିଂ କଲେ ଏହା ଏକ ସାଧାରଣ ସ୍ମାର୍ଟଫୋନ ଭଳି ଦୃଶ୍ୟମାନ ହେବ।

ଶୁକ୍ରବାର, ଅକ୍ଟୋବର ୪ ତାରିଖରୁ ଏହାର ପ୍ରି-ବୁକିଂ ଆରମ୍ଭ ହୋଇଯିବ। ସେହିପରି ଆସନ୍ତା ୨୦ ତାରିଖରେ ଭାରତରେ ଏହାର ବିକ୍ରି ଆରମ୍ଭ ହୋଇଯିବ। ସାମସଙ୍ଗର ଇ-ସପିଂ ଏବଂ କମ୍ପାନିର ରିଟେଲ୍‌ ଷ୍ଟୋର୍‌ରେ ଏହାର ପ୍ରି-ବୁକିଂ ହୋଇପାରିବ।

‘ଗାଲାକ୍ସି ଫୋଲ୍‌ଡ’ ସ୍ମାର୍ଟଫୋନରେ ୭.୩ ଇଞ୍ଚର ଇନ୍‌ଫିନିଟି ଫ୍ଲେକ୍ସ ଆମୋଲେଡ୍‌ ଡିସପ୍ଲେ ଦିଆଯାଇଛି। ସେହିପରି ଅନ୍ୟ ଡିସ୍‌ପ୍ଲେ ଟି ୪.୬ ଇଞ୍ଚ ବିଶିଷ୍ଟ। ଏହି ସ୍ମାର୍ଟଫୋନକୁ ଖୋଲିଲେ ଏହାର ସ୍କ୍ରିନ୍‌ ସାଇଜ୍‌ ୭.୩ ଇଞ୍ଚ ରହିବା ବେଳେ ବନ୍ଦ କଲେ ୪.୬ ଇଞ୍ଚ ରହିବ।

ଏହି ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରଏଡ ୯ ପାଇ ଥିବା ୱାନ୍ ୟୁଆଇ ଅପରେଟିଂ ସଫ୍ଟୱେର୍ ରହିଛି। ଏହାସହିତ ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ଅକ୍ଟାକୋର ପ୍ରୋସେସର ଦିଆଯାଇଛି।

ସାମସଙ୍ଗ ଗାଲାକ୍ସି ଫୋଲ୍‌ଡରେ୧୬, ୧୨ ଏବଂ ୧୨ ଗୋପିକ୍ସେଲର ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି। ସେହିପରି ସେଲ୍‌ଫି ପାଇଁ ଏଥିରେ ୮ ଓ ୧୦ ମେଗାପିକ୍ସେଲର ଡୁଅଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ରେ ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଥିବା ବେଳେ ୪,୩୮୦ ଏମ୍‌ଏଏଚ୍‌ର ବଡ଼ ବ୍ୟାଟେରୀ ବ୍ୟାକ୍‌-ଅପ୍‌ ରହିଛି।

Comment