ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ଡିଜେ ୱାଲେ ବାବୁ ମେରା ଗାନା ବଜା ଦେ’, ୟୁଟ୍ୟୁବରେ ଏହି ଗୀତକୁ ଆପଣ ଥରେ ହେଉନା କାହିଁକି ନିଶ୍ଚୟ ଶୁଣିଥିବେ। ବଲିଉଡର ରାପ୍ କିଙ୍ଗ୍ ବାଦଶାହଙ୍କ ଏହି ଲୋକପ୍ରିୟ ଗୀତକୁ କେହି ବି ଭୁଲିନଥିବେ। ତେବେ ଆପଣ ଜାଣନ୍ତି କି, ବାଦଶାହ୍ ଏହି ଗୀତକୁ କେତେ ସମୟରେ ତିଆରି କରିଥିଲେ?

ଜାତୀୟ ଗଣମାଧ୍ୟମର ଏକ ଆୱାର୍ଡ ସୋ’ରେ ଯୋଗ ଦେବା ସମୟରେ ଏହି  ରହସ୍ୟ ଖୋଲିଛନ୍ତି ନିଜେ ବାଦଶାହ। ମାତ୍ର ୨୦ ମିନିଟ୍ ମଧ୍ୟରେ ସେ ଏହି ଡିଜେ ୱାଲେ ବାବୁ ଗୀତ କରିଥିବା କହି ସମସ୍ତଙ୍କୁ ଚମକାଇଦେଇଛନ୍ତି।

ଗୀତ ତିଆରି କରିବା ପାଇଁ କଳାକାରମାନେ ଅନେକ ସମୟ ନେଇଥାନ୍ତି। ଏଭଳି ସମୟରେ ମାତ୍ର ୨୦ ମିନିଟରେ ବାଦଶାହ ଏହି ଗୀତ ତିଆରି କରିଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାସହ ସେ ଏହି ଗୀତର ନାଁ କାହିଁକି ଏଭଳି ରଖାଯାଇଛି ତାକୁ ନେଇ ମଜାଦାର କଥା ସାମ୍ନାକୁ ଆସିଛି।

ବାଦଶାହ କହିଛନ୍ତି ଯେ, ହରିୟାଣାରେ ତାଙ୍କ ଗାଁରେ ବିଭିନ୍ନ ସମୟରେ ଅଜବ ପ୍ରକାରର ଡିଜେ ଗୀତ ବାଜୁଥାଏ। ଦିନେ ସେହିଭଳି ଡିଜେ ଗୀତ ବାଜୁଥିବାବେଳେ ଜଣେ ବହୁତ ବୟସ୍କ ମହିଳା ଆସି ଡିଜେ ବଜାଉଥିବା ଲୋକକୁ ଆସି କହିଲେ ‘ଏ ଡିଜେ ୱାଲେ ବାବୁ ମେରା ଗାନା ବଜା ଦେ’। ଏହି କଥାଟି ବାଦଶାହଙ୍କୁ ବେଶ ପସନ୍ଦ ଆସିଥିଲା। ଏବଂ ସେହି କଥାକୁ ନେଇ ସେ ତାଙ୍କର ଗୀତ ଲେଖିଥିଲେ। ଏହି ଗୀତ କରିବାକୁ ତାଙ୍କୁ ମାତ୍ର ୨୦ ମିନିଟ୍ ସମୟ ଲାଗିଥିଲା ବୋଲି ସେ କହିଛନ୍ତି।

ବାଦଶାହଙ୍କ ବାପା ତାଙ୍କୁ ସିଭିଲ୍ ଇଂଜିନିୟର ହେବାକୁ କହିଥିଲେ କିନ୍ତୁ ସେ ରାପର ହେବା କଥା ତାଙ୍କ ବାପାଙ୍କୁ କହିଥିଲେ। ସେତେବେଳେ ରାପର କଣ ତାଙ୍କ ବାପା ଜାଣିନଥିଲେ। ଯେତେବେଳେ ବାପା ତାଙ୍କ ଗୀତ ଶୁଣିଲେ ଖୁବ୍‌ ହସିଥିଲେ। ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ବାପା ତାଙ୍କ ଗୀତ ଜାଣିପାରିନ୍ତିନି ବୋଲି ବାଦଶାହ୍ କହିଛନ୍ତି।

Comment