ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନାଲି ଶାଢ଼ି, ନାଲି ଚୁଡ଼ି, ନାଲି ଟିକିଲି, ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳସୁତ୍ର ପିନ୍ଧିଥିବା ନଜର ଆସିବେ ଖିଲାଡି ଷ୍ଟାର ଅକ୍ଷୟ। ଏ ହେଉଛି ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପୋଷ୍ଟର। ‘ଲକ୍ଷ୍ମୀ ବମ୍‌’ରେ କିନ୍ନର ଚରିତ୍ରରେ ଅଭିନୟ କରିବେ ଅକ୍ଷୟ।

ଅକ୍ଷୟ କୁମାର ସବୁବେଳେ ଭିନ୍ନ ଭିନ୍ନ ଅଭିନୟ ଷ୍ଟାଇଲ୍‌ରେ ଦର୍ଶକଙ୍କୁ ମନୋରଞ୍ଜନ କରିଥା’ନ୍ତି। ସବୁବେଳେ ଦର୍ଶକଙ୍କୁ ନିଜର ଅଭିନୟରେ କିଛି ନୂଆ କରି ଦେଖାଇବାକୁ ଚେଷ୍ଟା କରିଥା’ନ୍ତି ଅକ୍ଷୟ କୁମାର।

ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ’ ୨୦୨୦ ଏପ୍ରିଲ ୫ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ତାମିଲ ଫିଲ୍ମ ମୁନି ୨: କାଞ୍ଚନାର ହିନ୍ଦୀ ରିମେକ୍। ଏହି ଫିଲ୍ମଟି ହରର କମେଡିକୁ ନେଇ ତିଆରି ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିବେ। ଏହାସହ ଏହି ଫିଲ୍ମରେ ବିଗ୍ ବି ଅମିତାଭ୍ ମଧ୍ୟ କିନ୍ନର ଭୂତ ହୋଇ ଦେଖାଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶବିନା ଖାନ୍ ଓ ତୁଷାର କପୁର। ଏହାସହ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ରାଘବ ଲରେନ୍ସ। ତେବେ ଆସନ୍ତା ଅକ୍ଟୋବର ୨୫ ତାରିଖରେ ଅକ୍ଷୟଙ୍କ ଅଭିନୀତ ‘ହାଉସଫୁଲ୍ ୪’ ରିଲିଜ୍ ହେବାକୁ ଯାଉଛି। ହାଉସ୍‌ଫୁଲ-୪ରେ ଲଣ୍ଡା ବେଶରେ ସେ ଅଭିନୟ କରିଛନ୍ତି।

Comment