ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରାତ୍ରିର ପବିତ୍ର ଅବସରରେ ମୋଦୀ ସରକାର ବୈଷ୍ଣୋଦେବୀଙ୍କ ଭକ୍ତଙ୍କୁ ବଡ଼ ଉପହାର ଦେଇଛନ୍ତି। କାରଣ ରାଜଧାନୀ ଦିଲ୍ଲୀରୁ ଏବେ ଜମ୍ମୁ କଶ୍ମୀର କଟରାସ୍ଥିତ ମାତା ବୈଷ୍ଣୋଦେବୀ ମନ୍ଦିର ଯିବା ସହଜ ହୋଇଛି। ହାଇସ୍ପିଡ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଆଜି କଟରାକୁ ଗଡ଼ିଛି। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଛନ୍ତି। ତାଙ୍କ ସହିତ ରେଳମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ଉପସ୍ଥିତ ରହିଥିଲେ।

ଏହା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଏକ୍ସପ୍ରେସ ମାତ୍ର ୮ ଘଣ୍ଟାରେ ନୂଆଦିଲ୍ଲୀରୁ ମାତା ବୈଷ୍ଣୋ ଦେବୀ ମନ୍ଦିର କଟରା ଷ୍ଟେସନରେ ପହଞ୍ଚିବ। ପୂର୍ବରୁ ଏହି ଯାତ୍ରା ପାଇଁ ଯାତ୍ରୀଙ୍କୁ ୧୨ ଘଣ୍ଟା ସମୟ ଲାଗୁଥିଲା। ଏହି ଟ୍ରେନ ଆସନ୍ତା ୫ ତାରିଖରୁ ବ୍ୟବାସାୟିକ ଭାବେ ସେବା ଆରମ୍ଭ କରିବ। ମଙ୍ଗଳବାର ବ୍ୟତୀତ ଆଉ ସବୁଦିନ ଏହି ଟ୍ରେନ ଚଳାଚଳ କରିବ।

ଏହି ଟ୍ରେନର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଦେଶବାସୀଙ୍କୁ ଏହା ନବରାତ୍ରିର ଉପହାର  ବୋଲି କହିଛନ୍ତି। ମୋଦୀ ଲେଖିଛନ୍ତି, ‘‘ ଜମ୍ମୁବାସୀଙ୍କ ପାଇ ଏକ ଖାସ୍‌ ଉପହାର। ଏହାଦ୍ୱାରା ଜମ୍ମୁ କଶ୍ମୀର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ସେହିପରି ବୈଷ୍ଣୋ ଦେବୀ ଯାଉଥିବା ଭକ୍ତ ମଧ୍ୟ ୮ ଘଣ୍ଟାରେ ପହଞ୍ଚି ପାରିବେ। ସେମାନଙ୍କ ଯାତ୍ରା ଆରାମଦାୟକ ରହିବ।

ପୂର୍ବରୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ନୂଆଦିଲ୍ଲୀଓ ବାରଣାସୀ ମଧ୍ୟରେ ଚଳାଚଳ ହେଉଛି।

Comment