ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ୫୦୨ରନରେ ପ୍ରଥମ ପାଳି ଘୋଷଣା କରିଛି। ଏହାସହ ଏହି ମ୍ୟାଚରେ ମୟଙ୍କ ଅଗ୍ରୱାଲ ନିଜର ପ୍ରଥମ ଦ୍ୱିଶତକ ଅର୍ଜନ କରିଛନ୍ତି।

ବୁଧବାରଠାରୁ ଆରମ୍ଭ ହୋଇଥିବା କ୍ରିକେଟ ଟେଷ୍ଟରେ ଭାରତୀୟ ଓପନର ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ଭାରି ପଡ଼ିଥିଲେ। ଦୁଇ ଓପନର ପ୍ରଥମ ୱିକେଟରେ  ୩୧୭ ରନର ପାର୍ଟନରସିପ୍ କରିଥିଲେ।

ଏହାପରେ ରୋହିତ ୧୭୬ ରନ କରି ଆଉଟ୍ ହୋଇଯାଇଥିଲେ। ପରେ ଦଳପାଇଁ ବ୍ୟାଟିଂର ଭାର ସମ୍ଭାଳିଥିଲେ ମୟଙ୍କ ଅଗ୍ରୱାଲ୍। ଏହାରି ମଧ୍ୟରେ ମୟଙ୍କ ତାଙ୍କର ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିନେଇଥିଲେ। ସେ ମୋଟ୍ ୨୧୫ରନ କରି ଆଉଟ୍ ହୋଇଥିଲେ। ଚେତେଶ୍ୱର ପୂଜାରା, କୋହଲି, ରାହାଣେ, ହନୁମା ବିହାରୀ କେହି ବି ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ। ଯାହା ଫଳରେ ଭାରତ ୪୯୪ରନରେ ନିଜର ସପ୍ତମ ୱିକେଟ ହରାଇଥିଲା।

ଏହାପରେ ରବୀନ୍ଦ୍ର ଜାଡ଼େଜା ଓ ଆର. ଅଶ୍ୱିନୀ ବ୍ୟାଟିଂ କରୁଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ୫୦୨ରନରେ ପାଳି ଘୋଷଣା କରିଥିଲେ।

ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ କେଶବ ମହାରାଜ ୩ଟି ୱିକେଟ୍ ନେଇଥିଲେ। ସେହିପରି ଫିଲାଣ୍ଡର, ମୁଥୁସାମୀ, ଡ଼େନ ପିଟ୍ ଏବଂ ଡିନ୍ ଏଲଗାର ପ୍ରତ୍ୟେକ ଗୋଟିଏ ଲେଖାଁଏ ୱିକେଟ ନେଇଥିଲ।

ଭାରତର ଇଂନିସ ଘୋଷଣା କରିବା ପରେ ଦକ୍ଷିଣ ଆଫ୍ରିକାଦଳ ଦ୍ଵିତୀୟ ଦିନ ଶେଷ ସୁଦ୍ଧା ୩୯ ରନ କରି ୩ଟି ଓ୍ଵିକେଟ ହରାଇଛି।

Comment