ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶରେ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ମୁଖ୍ୟ ଖବର।

୧୭ରେ ବିଜେପୁର ଯିବେ ନବୀନ, ଦୁଇ ଦିନ କରିବେ ପ୍ରଚାର

ବିଜେପୁର ଉପ-ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ୧୭ ଓ ୧୮ ତାରିଖ ଦୁଇଦିନ ଧରି ବିଜେପୁରରେ ପ୍ରଚାର କରିବେ। ଏପରିକି ବରଗଡ଼ରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଭିଜିଲାନ୍ସ ଜାଲରେ କୋଟିପତି ଦିଦି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହେଲେ ଗିରଫ

ଗିରଫ ହେଲେ କୋଟିପତି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶିକ୍ଷୟିତ୍ରୀ ଜଣକ ହେଲେ ଭୁବନେଶ୍ଵର ୟୁନିଟ୍‌ ୬ସ୍ଥିତ ସିଟି ସ୍କୁଲର ତିଳୋତ୍ତମା ମହାନ୍ତି।

କୋଲକାତା: ୨୦ କୋଟି ଟଙ୍କାରେ ନିର୍ମିତ ହେଲା ମା’ ଦୁର୍ଗାଙ୍କ ସୁନା ମୂର୍ତ୍ତି

ଆସୁଛନ୍ତି ଦୁର୍ଗତୀନାଶିନୀ, ଜଗତଜନନୀ ମା’ ଦୁର୍ଗା। ଏଥିପାଇଁ ଦେଶବ୍ୟାପି ଚଳଚଞ୍ଚଳ ସବୁ ପୂଜା ମଣ୍ଡପ। ମା’ ଦୁର୍ଗାଙ୍କ ମୂର୍ଣ୍ଣୟୀ ମୁର୍ତ୍ତିକୁ ଶେଷ ସ୍ପର୍ଶ ଦେବାକୁ ଲାଗିପଡ଼ିଛନ୍ତି କାରିଗର। ପ୍ରତିବର୍ଷ ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗାଙ୍କର ଆକର୍ଷଣୀୟ ମୁର୍ତ୍ତି ପୂଜା ପାଉଥାଏ। ହେଲେ ଏଥର ପଶ୍ଚିମବଙ୍ଗର ଏକ ମୂର୍ତ୍ତି ସାରାଦେଶରେ ଚର୍ଚ୍ଚା ସୃଷ୍ଟି କରିଛି।  କୋଲକାତାର ଏକ ଦୁର୍ଗାପୂଜା ସମିତି ମା’ ଦୁର୍ଗାଙ୍କ ମୁର୍ତ୍ତିରେ ୫୦ କିଲୋଗ୍ରାମ ସୁନା ବ୍ୟବହାର କରି ମୁର୍ତ୍ତି ପ୍ରସ୍ତୁତ କରିଛନ୍ତି।

ଟେଷ୍ଟ କ୍ରିକେଟରେ ରହିଥିବା କିଛି ଶ୍ରେଷ୍ଠ ଓପନିଂ ପାର୍ଟନରସିପ୍

କ୍ରିକେଟରେ ଓପନରମାନଙ୍କର ଭୂମିକା ଆପଣଙ୍କୁ ନିଶ୍ଚିତ ଭାବରେ ଜଣାଥିବ। ଓପନର ଭାବେ ଯଦି ଦୁଇଜଣ ବ୍ୟାଟ୍ସମ୍ୟାନ ଭଲ ରନ୍‌ କରନ୍ତି ତେବେ ଟିମ୍ ପାଇଁ ଏହା ବେଶ୍ ସହାୟକ ହୋଇଥାଏ।

ବାଲେଶ୍ୱର ଜିଲ୍ଲାରେ ଶୁଭାରମ୍ଭ ହେଲା ବିଜେଡିର ଜନସଂପର୍କ ପଦଯାତ୍ରା

ବାଲେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନସଂପର୍କ ପଦଯାତ୍ରା। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ସହରର ଶହୀଦ ପାର୍କସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଏହି ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା ପଦଯାତ୍ରା ଆରମ୍ଭ ହୋଇ ଫାଣ୍ଡି ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସମାପ୍ତ ହୋଇଥିଲା।

ଦିଲ୍ଲୀରେ ପ୍ରବେଶ କରିଛନ୍ତି ୪ ଜୈଶ ଆତଙ୍କବାଦୀ, ହାଇଆଲର୍ଟ ଜାରି

କଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରତିଶୋଧ ନେବାକୁ ବାଟ ଖୋଜୁଛି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ। ତେବେ ଆଜି ଦିଲ୍ଲୀରେ ପ୍ରବେଶ କରିଛନ୍ତି ଜୈଶ-ଇ-ମହମ୍ମଦର ୪ ଆତଙ୍କବାଦୀ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଏନେଇ ରାଜଧାନୀରେ ହାଇଆଲର୍ଟ ଜାରି କରାଯାଇଛି।

ରୁଷିଲେ ଦାମ – କହିଲେ, ‘ଆଉ ନିର୍ବାଚନ ଲଢ଼ିବିନି’

ଆଉ ନିର୍ବାଚନ ଲଢିବେନି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜେ ଏକଥା କହିଛନ୍ତି ଦାମ ରାଉତ।

ଭାରତରେ ଆକ୍ରମଣ ପାଇଁ ୪୦ ଆତଙ୍କବାଦୀଙ୍କୁ ତାଲିମ ଦେଉଛି ପାକିସ୍ତାନ

କଶ୍ମୀର ପ୍ରସଙ୍ଗକୁ ଆଜି ଯାଏଁ ପାସୋରି ପାରିନି ପାକିସ୍ତାନ। ପ୍ରତିଶୋଧ ନେବା ପାଇଁ ଯୋଜନା ପରେ ଯୋଜନା କରି ଚାଲିଛି ପାକିସ୍ତାନ। ଏବେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏଥିପାଇଁ ୪୦ରୁ ଅଧିକ ଆତଙ୍କବାଦୀଙ୍କୁ ପାକ୍‌ ତାଲିମ ଦେଉଥିବା ସୂଚନା ମିଳିଛି। ଭାରତରେ ଏହି ଆତଙ୍କବାଦୀମାନଙ୍କ ଅନୁପ୍ରବେଶ କରାଇବା ପାକିସ୍ତାନର ଉଦ୍ଦେଶ୍ୟ ରହିଛି।

ଅକ୍ଟୋବର ୯ରେ ଭାରତରେ ଲଞ୍ଚ ହେବ Redmi 8 ସ୍ମାର୍ଟଫୋନ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଭାରତରେ ଲଞ୍ଚ କରିବାକୁ ଯାଉଛି ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ ‘ରେଡ୍‌ମି ୮’। ଆସନ୍ତା ଅକ୍ଟୋବର ୯ରେ ‘ରେଡ୍‌ମି ୮’ ସ୍ମାର୍ଟଫୋନ ଭାରତରେ ଲଞ୍ଚ ହେବ। ଏନେଇ ସାଓମି ଇଣ୍ଡିଆ ହେଡ୍‌ ମନୁ କୁମାର ଜୈନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ କମ୍ପାନି ପକ୍ଷରୁ ରିଲିଜ ହୋଇଥିବା ଟିଜର ଅନୁଯାୟୀ, ‘ରେଡ୍‌ମି ୮’ରେ ବଡ଼ ବ୍ୟାଟେରୀ ଦିଆ ଯାଇଛି।

ମୋ’ ସରକାର କ’ଣ? ଏହାକୁ କାହିଁକି ଶୁଭାରମ୍ଭ କଲେ ରାଜ୍ୟ ସରକାର?

5-T କାର୍ଯ୍ୟକ୍ରମ ଅଧିନରେ ରାଜ୍ୟ ସରକାର ‘ମୋ ସରକାର’ ଶୁଭାରମ୍ଭ କରିଛନ୍ତି। ଗାନ୍ଧୀ ଜୟନ୍ତୀରୁ ଏହା ଶୁଭାରମ୍ଭ କରାଯାଇଛି। ତେବେ ରାଜ୍ୟ ସରକାର ‘ମୋ ସରକାର’ କାହିଁକି ଶୁଭାରମ୍ଭ କଲେ ସେ ସମ୍ପର୍କରେ ଜାଣନ୍ତୁ।

୫୦୨ରନରେ ଭାରତର ପାଳି ଘୋଷଣା, ମୟଙ୍କ ଅଗ୍ରୱାଲଙ୍କ ଦମଦାର ଦ୍ଵିଶତକ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ୫୦୨ରନରେ ପ୍ରଥମ ପାଳି ଘୋଷଣା କରିଛି। ଏହାସହ ଏହି ମ୍ୟାଚରେ ମୟଙ୍କ ଅଗ୍ରୱାଲ ନିଜର ପ୍ରଥମ ଦ୍ୱିଶତକ ଅର୍ଜନ କରିଛନ୍ତି।

ଅଧିକ ଚିକିତ୍ସା ପାଇଁ ଏମ୍ସ ଗଲେ ୩ ଗୋଡ଼ ଥିବା ବାଳକ ସୁଦାମ

ଭୁବନେଶ୍ଵର ଏମ୍ସ ସ୍ଥାନାନ୍ତର ହେଲେ ବାଲେଶ୍ଵର ଔପଦା ବଡ଼ ପୋଖରୀ ଗାଁର ୩ଟି ଗୋଡ଼ ଥିବା ବାଳକ। ବାଳକଟିର ନାଁ ସୁଦାମ ବେହେରା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।

ନିହାରିକା ହତ୍ୟା ମାମଲା – ହତ୍ୟାକାଣ୍ଡରେ ଏକାଧିକ ଲୋକଥିବା ଅଭିଯୋଗ କଲେ ବାପା, ମା

ନୂଆ ମୋଡ଼ ନେଇଛି ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲା। ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଥିବା ଓ ତଦନ୍ତ କ୍ରାଇବ୍ରାଞ୍ଚକୁ ଦେବାକୁ ନିହାରିକାଙ୍କ ବାପା, ମା ଦାବି କରିଛନ୍ତି। ଏହାସହ ସେମାନେ ରାଜ୍ୟ ମାନବଧିକାର କମିସନରେ ଅପିଲ ମଧ୍ୟ କରିଛନ୍ତି।

ହୋଇ ପାରିନି ଫନି କ୍ଷୟକ୍ଷତିର ମରାମତି, ବାରବାଟୀ ମ୍ୟାଚକୁ ନେଇ ଅନିଶ୍ଚିତତା

ଡିସେମ୍ଵର ୨୨ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ଆଶଙ୍କାରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଫନି ବାତ୍ୟାରେ ଷ୍ଟାଡିୟମରେ ହୋଇଥିବା କ୍ଷୟକ୍ଷତିର ଭରଣା କରାଯାଇନି। ଷ୍ଟାଡିୟମ ସଂପୂର୍ଣ୍ଣ ମରାମତି ହେବା ପରେ ଯାଇ ମ୍ୟାଚ ହେବ ବୋଲି ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

କିନ୍ନର ହେଲେ ଅକ୍ଷୟ

ନାଲି ଶାଢ଼ି, ନାଲି ଚୁଡ଼ି, ନାଲି ଟିକିଲି, ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳସୁତ୍ର ପିନ୍ଧିଥିବା ନଜର ଆସିବେ ଖିଲାଡି ଷ୍ଟାର ଅକ୍ଷୟ। ଏ ହେଉଛି ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପୋଷ୍ଟର। ‘ଲକ୍ଷ୍ମୀ ବମ୍‌’ରେ କିନ୍ନର ଚରିତ୍ରରେ ଅଭିନୟ କରିବେ ଅକ୍ଷୟ।

ମୟଙ୍କ ଅଗ୍ରୱାଲଙ୍କ ଡବଲ ସେଞ୍ଚୁରୀ, ହେଲେ ବୀରେନ୍ଦ୍ର ସେୱାଗଙ୍କ ସମକକ୍ଷ

କମାଲ କଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶାଖାପାଟଣାରେ ଖେଳାଯାଉଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମୟଙ୍କ ଦ୍ୱିଶତକ ମାରି ରେକର୍ଡ କରିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ପ୍ରଥମ ଡବଲ ସେଞ୍ଚୁରୀ।

ଦଶହରା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌

ଦଶହରା ପୂଜା ଛୁଟିରେ ଦୁଇ ଦିନ ଖୋଲା ରହିବ ଆର୍‌ଟିଓ ଅଫିସ୍‌। ଦୁର୍ଗାପୂଜା ଅବସରରେ ଅଧିକ ଗାଡ଼ି କିଣାକିଣିକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିଛି। ଆରଟିଓ ଅଫିସ୍‌ର ରେଜିଷ୍ଟ୍ରେସନ୍‌ କାଉଣ୍ଟରକୁ ଆସନ୍ତା ୫ ତାରିଖ ଏବଂ ୭ ତାରିଖ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ।

ମାତ୍ର ୮ ଘଣ୍ଟାରେ ବୈଷ୍ଣୋଦେବୀରେ ପହଞ୍ଚିବ ‘ବନ୍ଦେ ଭାରତ’, ମୋଦୀ କହିଲେ ନବରାତ୍ରି ଉପହାର

ନବରାତ୍ରିର ପବିତ୍ର ଅବସରରେ ମୋଦୀ ସରକାର ବୈଷ୍ଣୋଦେବୀଙ୍କ ଭକ୍ତଙ୍କୁ ବଡ଼ ଉପହାର ଦେଇଛନ୍ତି। କାରଣ ରାଜଧାନୀ ଦିଲ୍ଲୀରୁ ଏବେ ଜମ୍ମୁ କଶ୍ମୀର କଟରାସ୍ଥିତ ମାତା ବୈଷ୍ଣୋଦେବୀ ମନ୍ଦିର ଯିବା ସହଜ ହୋଇଛି। ହାଇସ୍ପିଡ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଆଜି କଟରାକୁ ଗଡ଼ିଛି। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଛନ୍ତି।

ବର୍ଷାରେ ଭିଜିବ ନାହିଁ ଦଶହରା

ଆଗାମୀ ୭ ଦିନ ଧରି ରାଜ୍ୟରେ ବର୍ଷା ନାହିଁ। ବର୍ଷାର ପ୍ରଭାବ ଦୁର୍ଗାପୂଜା ଉପରେ ପଡ଼ିବ ନାହିଁ। ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Comment