ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ବନ୍ୟା ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ବିହାର ବନ୍ୟା ପ୍ରଭାବିଙ୍କୁ ଓଡ଼ିଶା ସହାୟତା କରିବ ବୋଲି ନୀତିଶ କୁମାରଙ୍କୁ କହିଛନ୍ତି ନବୀନ।

ଓଡ଼ିଶା ସବୁ ପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ଅଛି ବୋଲି ନୀତିଶଙ୍କୁ ନବୀନ କହିଛନ୍ତି।

ବିହାରରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ଦେଖାଦେଇଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଲକ୍ଷାଧିକ ଲେକା ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଚାଷଜମି ଜଳମଗ୍ନ ହୋଇଯାଇଛି।

ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଏବେ ବି ବହୁ ଲୋକ ଜଳବନ୍ଦୀ ଅଛନ୍ତି। ବିହାର ରାଜଧାନୀ ପାଟଣା, ବୈଶାଳୀ ଓ ଖଗରିଆ ଜିଲ୍ଲାରେ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବିହାର ସରକାର ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିହାରର ଏହି ଦୁଃସ୍ଥିତି ବେଳେ ନବୀନ ସହାୟତାର ହାତ ବଢ଼ାଇଛନ୍ତି।

Comment