ଓଡ଼ିଶାଲାଇଭ୍ ବ୍ୟୁରୋ
କଶ୍ମୀର ପ୍ରସଙ୍ଗକୁ ଆଜି ଯାଏଁ ପାସୋରି ପାରିନି ପାକିସ୍ତାନ। ପ୍ରତିଶୋଧ ନେବା ପାଇଁ ଯୋଜନା ପରେ ଯୋଜନା କରି ଚାଲିଛି ପାକିସ୍ତାନ। ଏବେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏଥିପାଇଁ ୪୦ରୁ ଅଧିକ ଆତଙ୍କବାଦୀଙ୍କୁ ପାକ୍ ତାଲିମ ଦେଉଥିବା ସୂଚନା ମିଳିଛି। ଭାରତରେ ଏହି ଆତଙ୍କବାଦୀମାନଙ୍କ ଅନୁପ୍ରବେଶ କରାଇବା ପାକିସ୍ତାନର ଉଦ୍ଦେଶ୍ୟ ରହିଛି।
ପାକିସ୍ତାନର ଏହି ଯୋଜନାକୁ ପଣ୍ଡ କରିବାକୁ ଭାରତ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ପାକିସ୍ତାନକୁ କଡ଼ା ଜବାବ ଦେବାକୁ ସେନା ପ୍ରସ୍ତୁତ ଥିଲାବେଳେ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଅନ୍ୟପକ୍ଷରେ, ଆମେରିକା ସରକାର ବି ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ପୂର୍ବସୂଚନା ଦେଇଛି। ଆମେରିକାର ସରକାରଙ୍କ ଅଧୀନରେ ଥିବା ଭାରତୀୟ ପ୍ରତିରକ୍ଷା ବିଭାଗର ସହାୟକ ସଚିବ ରେଂଡଲ୍ ଶ୍ରାଇବର୍ ଏ ସଂପର୍କରେ ଅବଗତ କରାଇଥିଲେ। ମୋଦୀ ସରକାରଙ୍କ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନିଷ୍ପତ୍ତି ପରେ ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି। ପାକିସ୍ତାନ ଚାହିଁଲେ ଏହାକୁ ବନ୍ଦ କରିହେବ ବୋଲି କହିଛନ୍ତି ଶ୍ରାଇବର୍।