ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୬ରେ ଓଡ଼ିଶା ଆସୁଛନ୍ତି ଭାରତର ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ। ଏହି ଗସ୍ତରେ ସେ ଭୁବନେଶ୍ୱର ଓ କଟକ ଗସ୍ତ କରିବାର ସୂଚନା ମିଳିଛି।

ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଓଡ଼ିଶା ଆସି ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ହେଉଥିବା ବିଶ୍ୱ କବି ସମ୍ମିଳନୀରେ ଯୋଗଦେବେ। ଏହାସହ ସେ କଟକ ଯାଇ ସେଠାରେ ସମାଜ ଖବର କାଗଜର ଶତବାର୍ଷିକୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବୁଧବାର କମିସନରେଟ୍ ଅଫିସର ଡିଜି କ୍ୟାମ୍ପ ଅଫିସରେ ସୁରକ୍ଷା ବୈଠକ ହୋଇଛି। ଏଥିରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତା କରିଥିଲେ। ଏହି ସୁରକ୍ଷା ବୈଠକରେ ପୋଲିସ୍ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ବିମାନବନ୍ଦର କର୍ତ୍ତୃପକ୍ଷ, ବରିଷ୍ଠ ପୋଲିସ୍ ଅଧିକାରୀ ସାମିଲ ହୋଇଥିଲେ।

ଏହାପୂର୍ବରୁ ଗତ ସପ୍ତାହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ।

Comment