ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡି କହନ୍ତି। ସେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ୨୦୦ କୋଟି ଆୟ କରିଛି। ହେଲେ ତାଙ୍କ ଜୀବନରେ ଏକ ଏମିତି ସମୟ ଆସିଥିଲା ଯେତେବେଳେ ସେ ଗୋଟିଏ ପରେ ଗୋଟିଏ ଫ୍ଲପ୍‌ ଦେଇଥିଲେ। ନିକଟରେ ଅକ୍ଷୟ ନିଜେ ଏକଥାର ଖୁଲାସା କରିଛନ୍ତି।

ଏକ ସାକ୍ଷାତକାରରେ ଅକ୍ଷୟ କହିଛନ୍ତି, ‘‘ଗୋଟେ ସମୟ ଥିଲା ଯେତେବେଳେ ମୋର ୧୪ ଫିଲ୍ମ ଫ୍ଲପ୍‌ ହୋଇଥିଲା। ସେତେବେଳେ ଏମିତି ଲାଗିଥିଲା ଯେମିତି ଜଣେ ଅଭିନେତା ଭାବେ ମୋର କ୍ୟାରିୟର ସରିଗଲା।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ଫ୍ଳପ୍‌ ଫିଲ୍ମରୁ ମଧ୍ୟ ବହୁତ କିଛି ଶିଖିବାକୁ ମିଳିଛି। ଅକ୍ଷୟ ଏବେ ନିଜ ଆଗାମୀ ଫିଲ୍ମ ହାଉସ୍‌ଫୁଲ୍‌ ୪ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।

ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦମଧ୍ୟ କରିଥିଲେ।

Comment