ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନୟରେ ଅଜସ୍ର ସଫଳତା ହାସଲ କରିବା ପରେ ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋନ୍ ଚଢ଼ିଛନ୍ତି ସଫଳତାର ଆଉ ଏକ ପାହାଚ। “ବିଜିନେସ୍ ଅଫ୍ ଫେସନ୍ ଆଣ୍ଡ୍ ହାଇ୍ ଲାଇଟ୍ସ – ୫୦୦” ତାଲିକାରେ ସାମିଲ ହୋଇଛି ଦୀପିକାଙ୍କ ନାମ। ଏହି ତାଲିକାରେ ଗ୍ଲୋବାଲ୍ ଫେସନ୍ ଇଣ୍ଡଷ୍ଟ୍ରିରେ ଯୋଗଦାନ କରିଥିବା ୫୦୦ଜଣ ବ୍ୟକ୍ତବିଶେଷଙ୍କ ନାମ ରହିଛି। ସେଥିମଧ୍ୟରୁ ଦୀପିକା ଏକମାତ୍ର ଭାରତୀୟ ଅଭିନେତ୍ରୀ।

‘ବିଓଏଫ୍- ୫୦୦’ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଫେସନକୁ ନୂଆ ଉଚ୍ଚତା ଦେଇଥିବା ଶହ ଶହ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୫୦୦ ଜଣଙ୍କୁ ଏହି ତାଲିକା ପାଇଁ ଚୟନ କରାଯାଇଛି।

ବିଓଏଫ୍-୫୦୦ର ଓ୍ୱେବସାଇଟରେ ତାଲିକାଭୁକ୍ତ ଫେସନ୍ ଆଇକନଙ୍କ ନାମ ସହିତ ସେମାନଙ୍କ ସମ୍ପୂର୍ଣ୍ଣ ବାୟୋଡାଟା ବି ଦିଆଯାଇଛି।

୨୦୧୯ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜ ଡ୍ରେସିଙ୍ଗ୍ ଷ୍ଟାଇଲ ପାଇଁ ଚର୍ଚ୍ଚା ପରିସରକୁ ଆସିଥିଲେ ଦିପିକା। ଏହାପୂର୍ବରୁ ୨୦୧୮ରେ ଟାଇମ୍ ପକ୍ଷରୁ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକାରେ ଦୀପିକାଙ୍କ ନାମ ରହିଥିଲା।

Comment