ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ମହାଷଷ୍ଠୀରେ ଆବିର୍ଭାବ ହେବେ ଦଶଭୁଜା। ଏଥିପାଇଁ ସମସ୍ତ ପୂଜାମଣ୍ଡପରେ ପ୍ରସ୍ତୁତି ଶେଷ ହୋଇଛି। ନୂଆରଙ୍ଗ ଓ ନୂଆରୂପରେ ସଜେଇ ହୋଇଛି ରାଜ୍ୟର ବିଭିନ୍ନ ପୂଜାମଣ୍ଡପ।

ଅନ୍ୟପକ୍ଷରେ ଦୁର୍ଗାପୂଜା ପାଇଁ ଉଠୁଛି ପଡ଼ୁଛି କଟକ। କଟକରେ ସବୁ ପୂଜାମଣ୍ଡପରେ ଆକର୍ଷଣୀୟ ତୋରଣ କାମ ମଧ୍ୟ ଶେଷ ହୋଇଛି।

ସେହପରି ସବୁବର୍ଷ ପରି ଚଳିତଥର ମଧ୍ୟ ରାଜଧାନୀର ବିଭିନ୍ନ କମିଟି ପକ୍ଷରୁ ଆକର୍ଷଣୀୟ ଆଲୋକମାଳାରେ ଝଲୁସୁଛି ପୂଜାମଣ୍ଡପ। ରସୁଲଗଡ଼, ନୟାପଲ୍ଲୀ, ବମିଖାଲ, ଶହିଦନଗର ପୂଜାମଣ୍ଡପରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ସବୁଠୁ ଅଧିକ ଚର୍ଚ୍ଚାରେ ଅଛି ରସୁଲଗଡ଼ ପୂଜାମଣ୍ଡପ। ରସୁଲଗଡ଼ରେ ଏଥର ଇନ୍ଦ୍ରପୁରୀ ଡିଜାଇନର ତୋରଣ ଶୋଭା ପାଉଛି।

ସେହିପରି ରାଜସ୍ଥାନ ପଦ୍ମାବତୀ ପ୍ୟାଲେସ ଢାଞ୍ଚାରେ ତିଆରି ହୋଇଛି ନୟାପଲ୍ଲୀର ତୋରଣ।

Comment