ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ବାୟୁସେନାର ସ୍ଵାତନ୍ତ୍ର ବିମାନ ‘ରାଜଦୂତ’ ଯୋଗେ ସେ ପହଞ୍ଚିଛନ୍ତି। ଉପରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଛନ୍ତି ରାଜ୍ୟପାଳ ଗଣେଶି ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଗସ୍ତରେ ସେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ହେଉଥିବା ବିଶ୍ୱ କବି ସମ୍ମିଳନୀରେ ଯୋଗଦେବେ। ଏହାସହ ସେ କଟକ ଯାଇ ସେଠାରେ ସମାଜ ଖବର କାଗଜର ଶତବାର୍ଷିକୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଉପ-ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକ-ଭୁବନେଶ୍ଵରରେ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comment