ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗଳା ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜହାଁ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର ଘେରକୁ ଆସିଛନ୍ତି। ପବିତ୍ର ଦଶହରା ଅବସରରେ ଦୁର୍ଗା ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି ସାଂସଦ ନୁସରତ। ସାଙ୍ଗରେ ଥିଲେ ସ୍ୱାମୀ ନିଖିଲ ଜୈନ। ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ନୁସରତ ଏହି ଉତ୍ସବରେ ସମ୍ପୂର୍ଣ୍ଣ ପାରମ୍ପରିକ ବେଶରେ ଅର୍ଥାତ ଶାଢ଼ି ପିନ୍ଧି ମଥାରେ ସିନ୍ଦୂର ଲଗାଇ, ବେକରେ ମଙ୍ଗଳସୂତ୍ର ପକାଇ ସ୍ୱାମୀ ନିଖିଲଙ୍କ ସହ ଦୁର୍ଗା ମଣ୍ଡପରେ ମା’ଙ୍କ ଦର୍ଶନ କରିଥିଲେ। ତେବେ ଏହାକୁ ନେଇ ଇସଲାମ୍‌ ସଙ୍ଗଠନ ଜମିୟତ ଅଲେମା କ୍ରୋଧ ପ୍ରକାଶ କରି ନୁସରତଙ୍କୁ ନିଜ ନାଁ ବଦଳାଇବାକୁ କହିଛନ୍ତି। ଏହା ସହ ନୁସରତ ମୁସଲମାନ ଏବଂ ଇସ୍‌ଲାମକୁ ବଦନାମ କରୁଥିବା କହିଛି ଜମିୟତ ଅଲେମା।

 

View this post on Instagram

 

Ashthami te #suruchisangha with beloved hubby @nikhiljain09 and dada #aroopbiswas #durgapuja #truebong #secularbengal

A post shared by Nusrat (@nusratchirps) on

ନୁସରତ କିଏ?

ନୁସରତ ଏଥର ଟିଏମସି ଟିକେଟରେ ପଶ୍ଚିମବଙ୍ଗର ବସିରହାଟରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ମଥାରେ ସିନ୍ଦୁର, ହାତରେ ମେହେନ୍ଦୀ ଓ ଶାଢ଼ୀ ପିନ୍ଧି ଲୋକସଭା ସଦସ୍ୟ ଭାବେ ଶପଥ ନେଇଥିଲେ। ଯାହାକୁ ନେଇ ସେ ବିବାଦରେ ପଡ଼ିଥିଲେ। ସେ ମୁସଲମାନ ସଂପ୍ରଦାୟର ହୋଇ କେମିତି ସଂସଦକୁ ସିନ୍ଦୂର ଲଗାଇ ଯାଇଥିଲେ ବୋଲି ଅନେକ ପ୍ରଶ୍ନ ଉଠାଇଥିଲେ।

ଏହାର ପ୍ରତିକ୍ରିୟାରେ ନୁସରତ ଗଣମାଧ୍ୟମକୁ କହିଥିଲେ, “ମୁଁ ମୁସଲମାନ ପରିବାରରେ ଜନ୍ମ ହୋଇଛି। ହେଲେ ମୁଁ ସବୁ ଧର୍ମକୁ ସମ୍ମାନ କରେ। ବିନା କାରଣରେ ମୋତେ ବିବାଦକୁ ଟଣା ଯାଉଛି”।

Comment